Latest Odisha News

ପ୍ରଶ୍ନକାଳରେ ତେଜିଲା ଜାତିଭିତ୍ତିକ ଜନଗଣନା: ୧୧.୩୦ ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଆଜି ଚଳିତ ବଜେଟ ଅଧିବେଶନର ଦ୍ବିତୀୟର ପର୍ଯ୍ୟାୟର ୭ମ ଦିନରେ ବି ସେହି ସମାନ ସ୍ଥିତି । ବିରୋଧୀଙ୍କ ହଟ୍ଟଗୋଳରେ ଚାଲିପାରୁନି ଗୃହ । ପ୍ରତିଦିନ ନୂଆ ନୂଆ ପ୍ରସଙ୍ଗ ନେଇ ଗୃହରେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଦାବି ପୂରଣ ନହେଲେ ଆରମ୍ଭ ହେଉଛି ହଟ୍ଟଗୋଳ ।

ଆଜି ବି ପ୍ରଶ୍ନକାଳରେ କଂଗ୍ରେସ ଓ ବିଜେଡି ସଦସ୍ୟ ପୁଣି ହୋହଲ୍ଲା ଜାରି ରଖିଛନ୍ତି । ଜାତିଭିତ୍ତିକ ଜନଗଣନା ଆଲୋଚନା ଦାବିରେ ପ୍ରବଳ ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ପୋଡିୟମ୍‌ ନିକଟରେ କଂଗ୍ରେସ ସଦସ୍ୟମାନେ ନାରାବାଜି କରିବା ସହିତ କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ଅଧିରାଜ ପାଣିଗ୍ରାହୀ ପୋଡ଼ିୟମକୁ ଚଢ଼ିବାକୁ ଉଦ୍ୟମ କରିଥିଲେ । ଯାହା ଭିତରେ ଗୃହ କାର୍ଯ୍ୟ ଚାଲିବା ଅସମ୍ଭାଳ ହେବାରୁ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି କରିଛନ୍ତି ବାଚସ୍ପତି ।

Comments are closed.