Latest Odisha News

୨୮ ବର୍ଷ ପରେ ରାମଜନ୍ମଭୂମି ପରିସରରେ ହେଲା କୁବେରଶ୍ୱରଙ୍କ ଅଭିଷେକ

ଅଯୋଧ୍ୟା: ଦୀର୍ଘ ୨୮ ବର୍ଷ ପରେ ରାମଜନ୍ମଭୂମି ପରିସରରେ କୁବେରଶ୍ୱରଙ୍କ ରୁଦ୍ରାଭିଷେକ କରାଯାଇଛି । କୁବେର ତିଲଠାରେ କୁବେରଶ୍ୱରଙ୍କ ଅଭିଷେକ ପରେ ଖୁବ୍ ଶୀଘ୍ର ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ମହନ୍ତ କମଳ ନୟନ ଦାସ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗର୍ଭଗ୍ୟହରେ ଭୂମି ପୂଜନ ପରେ ମନ୍ଦିର ନିର୍ମାଣ କାର୍ଯ୍ୟ କରାଯିବ ।

କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଭୂମି ପୂଜନ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନେବେ । ଯେପରି ଶିବଙ୍କୁ ପୂଜା କରି ରାବଣ ବିପକ୍ଷରେ ଶ୍ରୀରାମ ବିଜୟ ହାସଲ କରିଥିଲେ ସେହିପରି ଆମେ ବହୁ କଷ୍ଟରେ ରାମ ଜନ୍ମଭୂମି ଲଢ଼େଇରେ ଜିତିଛୁ । ଶୁଭ କାର୍ଯ୍ୟ ଆରମ୍ଭ ହୋଇଗଲାଣି ଏଥର ଆଉ କୌଣସି ବିପଦ ରହିବ ନାହିଁ ବୋଲି ମହନ୍ତ ଦାସ କହିଛନ୍ତି ।

Leave A Reply

Your email address will not be published.