Latest Odisha News

BREAKING NEWS

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ମାସ୍କ ଓ ୫ହଜାର ଟଙ୍କା

ପୁରୀ: ଶ୍ରୀମନ୍ଦିର ସେବାୟତମାନଙ୍କୁ ମିଳିବ ମାସ୍କ । ସେହିପରି ଦ୍ୱିତୀୟ କିସ୍ତି ବାବଦରେ ବି ୫ ହଜାର ଟଙ୍କା ଲେଖାଏଁ ମିଳିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ସେବାୟତଙ୍କ ସୁରକ୍ଷା ହେଉଛି ପ୍ରଶାସନର ଦାୟିତ୍ୱ । ସେବାୟତଙ୍କୁ ୫ ହଜାର ମାସ୍କ ଯୋଗାଇ ଦିଆଯିବ । ବୟନିକା ଜରିଆରେ ମାସ୍କ ପ୍ରସ୍ତୁତ କରାଯିବ । ଦୁଇ ଦିନ ଭିତରେ ଏହାର ଡିଜାଇନ୍ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଶ୍ରୀମନ୍ଦିର ବନ୍ଦ ରହିବା ଯୋଗୁଁ ସେବାୟତମାନେ ଦକ୍ଷିଣା ପାଇବାରୁ ବଂଚିତ ହେଉଛନ୍ତି । ଫଳରେ ସେମାନେ ଆର୍ଥିକ କ୍ଷତି ସହୁଛନ୍ତି । ତେଣୁ ସେମାନଙ୍କୁ ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ଦିଆଯାଇଥିଲା । ଏବେ ପୁଣି ଥରେ ଦ୍ୱିତୀୟ କିସ୍ତିରେ ୫ ହଜାର ଟଙ୍କା ଦିଆଯିବ ।

Leave A Reply

Your email address will not be published.