Latest Odisha News

BREAKING NEWS

ସୁଖୋଇ-୩୦ରୁ ରୁଦ୍ରମ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

ନୂଆଦିଲ୍ଲୀ: ସ୍ବଦେଶ ଜ୍ଞାନ କୌଶଳରେ ନିର୍ମିତ ରୁଦ୍ରମ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ବାୟୁସେନାର ଯୁଦ୍ଧବିମାନ ସୁଖୋଇ-୩୦ ଏମକେଆଇରୁ ଏହି କ୍ଷେପଣାସ୍ତ୍ରକୁ ପରୀକ୍ଷା କରାଯାଇଥିବାବେଳେ ଏହା ଧାର୍ଯ୍ୟ ଲକ୍ଷ୍ୟକୁ ଟାର୍ଗେଟ କରିବାରେ ସଫଳ ହୋଇଥିଲା। ଆଜି ଦିନ ୧୧.୩୦ରେ ଓଡିଶା ଉପକୂଳରୁ ଏହି କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଡିଆରଡିଓ ।

ଡିଆରଡିଓର ସୂଚନା ଅନୁସାରେ, ଏହି ଫ୍ଲାଇଟ ଟେଷ୍ଟ ସମସ୍ତ ପରୀକ୍ଷଣର ଉଦ୍ଦେଶ୍ୟ ପୂରଣ କରିଛି ଯାହା ପ୍ରପୁଲସନ୍ ସିଷ୍ଟମ୍ ଏବଂ କଣ୍ଟ୍ରୋଲ୍ ଓ ଗାଇଡ୍ ଆଲଗୋରିଦମକୁ ବୈଧ କରିଥାଏ । ଏହି କ୍ଷେପଣାସ୍ତ୍ରର କାର୍ଯ୍ୟଦକ୍ଷତା ଆଇଟିଆର ଚାନ୍ଦିପୁର ଦ୍ୱାରା ନିୟୋଜିତ ଇଲେକ୍ଟ୍ରୋ-ଅପ୍ଟିକାଲ ସିଷ୍ଟମ, ରାଡାର ଏବଂ ଟେଲିମେଟ୍ରି ଷ୍ଟେସନ ପରି ରେଞ୍ଜ ଟ୍ରାକିଂ ଉପକରଣ ଦ୍ୱାରା କ୍ୟାପ୍ଚର କରାଯାଇଥିବା ଫ୍ଲାଇଟ୍ ତଥ୍ୟରୁ ଯାଞ୍ଚ କରାଯାଇଛି।

ରୁଦ୍ରମ୍ -୨ ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକ କଠିନ ଚାଳିତ କ୍ଷେପଣାସ୍ତ୍ର ପ୍ରଣାଳୀ ଯାହା ଅନେକ ପ୍ରକାର ଶତ୍ରୁ ସମ୍ପତ୍ତିକୁ ନିଷ୍କ୍ରିୟ କରିବା ପାଇଁ ଆକାଶରୁ ଭୂପୃଷ୍ଠକୁ କ୍ଷେପଣ ପାଇଁ ଉଦ୍ଦିଷ୍ଟ । ଡିଆରଡିଓର ବିଭିନ୍ନ ପରୀକ୍ଷାଗାର ଦ୍ୱାରା ବିକଶିତ ଅନେକ ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳକୁ ଏହି କ୍ଷେପଣାସ୍ତ୍ର ପ୍ରଣାଳୀରେ ଅନ୍ତର୍ଭୁକ୍ତ କରାଯାଇଛି ।

ରୁଦ୍ରମ୍ -୨ର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଡିଆରଡିଓ, ଭାରତୀୟ ବାୟୁସେନା ଏବଂ ଉଦ୍ୟୋଗ ଜଗତକୁ ଅଭିନନ୍ଦନ ଜଣାଇଛନ୍ତି । ଏହି ସଫଳ ପରୀକ୍ଷଣ ସଶସ୍ତ୍ର ବାହିନୀ ପାଇଁ ଏକ ଶକ୍ତି ଗୁଣକ ଭାବରେ ରୁଦ୍ରମ୍ -୨ ବ୍ୟବସ୍ଥାର ଭୂମିକାକୁ ସୁଦୃଢ଼ କରିଛି ବୋଲି ସେ କହିଛନ୍ତି । ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ବିଭାଗର ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ସମୀର ଭି କାମାତ ସଫଳ ଉଡ଼ାଣ ପରୀକ୍ଷଣରେ ଡିଆରଡିଓ ଗୋଷ୍ଠୀର ଅକ୍ଳାନ୍ତ ଉଦ୍ୟମ ଓ ଅବଦାନକୁ ପ୍ରଶଂସା କରିଛନ୍ତି ।

 

 

Comments are closed.