Latest Odisha News

ସୁକତେଲ ପ୍ରକଳ୍ପକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ସୁକତେଲ ପ୍ରକଳ୍ପକୁ ନେଇ ଗୃହରେ ଶାସକ ଓ ବିରୋଧୀ ମୁହାଁମୁହିଁ । ନିରଞ୍ଜନ ପୂଜାରୀଙ୍କ ଜଳସେଚନ ସମ୍ପର୍କିତ ପ୍ରଶ୍ନରୁ ସୁକତେଲ ତାତି। ସୁକତେଲ ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକଙ୍କୁ ଘେରିଲେ ୨ ମନ୍ତ୍ରୀ। ବିଜେଡି ବିଧାୟକଙ୍କ ଉପରେ ବର୍ଷିଲେ ଉପମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ। ସୁକତେଲ ପ୍ରକଳ୍ପ ଦ୍ଵାରା ଗୋଟେ ଇଞ୍ଚ ଜମିକୁ ବି ପାଣି ଯାଇନି। ନିର୍ବାଚନ ପାଇଁ ପ୍ରକଳ୍ପକୁ ତରବରିଆ ଉଦଘାଟନ କରାଯାଇଛି ବୋଲି କହିଛନ୍ତି ମୁକେଶ ମହାଲିଙ୍ଗ।

ସୂଚନା ଅନୁସାରେ, ବିଧାନସଭାର ଆଜି ଚତୁର୍ଥ ଦିନରେ ଗୃହରେ ଲୋୟର ସୁକତେଲକୁ ନେଇ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ । ଯାହାର ଜବାବରେ ଉପ-ମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ ଯେ, ଲୋୟର ସୁକେତେଲ ପ୍ରକଳ୍ପକୁ ନିର୍ବାଚନ ପାଇଁ ତରବରିଆ ଉଦଘାଟନ କରାଯାଇଥିଲା ।

ଡିପିଆର ଅନୁଯାୟୀ, ୨୦୨୬ ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା କଥା ନୁହେଁ । ବର୍ତ୍ତମାନ ବିଧାୟକ ଏହି ପ୍ରକଳ୍ପର ପାଣି ଲୋକଙ୍କ ପାଖରେ ପହଞ୍ଚିଥିବା କହୁଛନ୍ତି, ତାହା ସଂପୂର୍ଣ୍ଣ ଭୁଲ ତଥ୍ୟ । ସୁକତେଲ ପ୍ରକଳ୍ପ ଦ୍ଵାରା ଗୋଟେ ଇଞ୍ଚ ଜମିକୁ ବି ପାଣି ଯାଇନି ବୋଲି କହିଛନ୍ତି ଉଭୟ ମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ଆଜି ଚତୁର୍ଥ ଦିନରେ ମଧ୍ୟ ଗୃହ ମୁଲତବି ରଖିଛନ୍ତି ବଚସ୍ପତି । ବିରୋଧୀ କଂଗ୍ରେସର ହଟ୍ଟଗୋଳ ଯୋଗୁଁ ଅପରାହ୍ଣ ୪ଟା ଯାଏଁ ଗୃହ ସ୍ଥଗିତ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।

Comments are closed.