କୋଲକାତା: ଚଳିତ ଆଇପିଏଲର ୧୯ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ୍ ଗାର୍ଡେନ୍ସରେ କୋଲକାତା ନାଇଟ୍ ରାଇଡର୍ସକୁ ୨୩ ରନରେ ପରାସ୍ତ କରିଛି ଢ କେକେଆର୍ ଅଧିନାୟକ ନୀତୀଶ ରାଣା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ହାଇଦ୍ରାବାଦ ୨୦ ଓଭରରେ ୨୨୮ ରନ୍ କରିଥିଲା।
ଟାର୍ଗେଟକୁ ପିଛା କରି କେକେଆର ପକ୍ଷରୁ ତିନିଟି ଓ୍ୱିକେଟ ଶୀଘ୍ର ପଡିଯାଇଥିଲା। କ୍ୟାପଟେନ ନୀତୀଶ ରାଣା ୪୧ ବଲରେ ୭୫ ରନ୍ ସଂଗ୍ରହ କରିଥିଲେ ଏବଂ ରିଙ୍କୁ ସିଂ ୩୧ ବଲରେ ୫୮ ରନ କରିଥିଲେ, କିନ୍ତୁ ନିଜ ଦଳକୁ ଜିତାଇ ପାରିନଥିଲେ।
ସନ୍ ରାଇଜର୍ସ ହାଇଦ୍ରାବାଦ ପାଇଁ ହ୍ୟାରି ଶତକୀୟ ଇନିଂସ ଖେଳିଥିଲେ। ସେ ୫୫ ବଲରେ ୧୦୦ ରନର ଅପରାଜିତ ଇନିଂସ ଖେଳିଥିଲେ। ହାଇଦ୍ରାବାଦ ଦେଇଥିବା ୨୨୯ ରନର ଟାର୍ଗେଟ ଚଳିତ ଆଇପିଏଲର ସର୍ବାଧିକ ସ୍କୋର। ହାଇଦ୍ରାବାଦ ପାଇଁ ବ୍ରୁକ୍ ବ୍ୟତୀତ ଅଧିନାୟକ ଆଦିନ୍ ମଧ୍ୟ ଭଲ ବ୍ଯାଟିଂ କରିଥିଲେ।
ମ୍ୟାଚ୍ ହାରିବା ପରେ ରାଣା କହିଛନ୍ତି, ଆମେ ଯୋଜନା ଅନୁଯାୟୀ ବୋଲିଂ କରିନାହୁଁ। ମୁଁ ଭାବୁଛି ୨୩୦ ଏକ ବୃହତ ରନ୍ ଥିଲା। ଯଦିଓ ପ୍ରତିଦିନ ମ୍ୟାଚ୍ ଫିନିଶ କରିବା କଷ୍ଟସାଧ୍ୟ କିନ୍ତୁ ସାମଗ୍ରିକ ଭାବେ ରିଙ୍କୁ ସିଂହ ଏବଂ ମୋର ବ୍ୟାଟିଂରେ ଖୁସି।
ବ୍ୟାଟିଂରେ ନୀତୀଶ କହିଛନ୍ତି, ଗୁଜରାଟ ଟାଇଟନ୍ସ ବିପକ୍ଷରେ ଆମେ ଭାବିନଥିଲୁ ଯେ ଆମେ ଜିତିବା। ତେଣୁ ମୁଁ ଗୋଟିଏ ସାଇଟରୁ ବ୍ୟାଟିଂ କରିବା ଆରମ୍ଭ କରିଥିଲି। ହେଲେ ଚଳିତ ମ୍ୟାଚରେ ସେଭଳି କିଛି ହେଲା ନାହିଁ।
ଉଲ୍ଲଖଯୋଗ୍ଯ, ଏହି ମ୍ୟାଚରେ ରିଙ୍କୁ ସିଂହ ଜଣେ ମ୍ୟାଚ ଫିନିସର ଭାବେ ଖେଳିଥିଲେ। କିନ୍ତୁ ରନର ଚାପ ସାଙ୍ଗକୁ ତାଙ୍କ ସହ ଭାଗିଦାରୀ କରିବାକୁ ବ୍ୟାଟସମ୍ୟାନ କ୍ରିଜରେ ଛିଡାହେବାକୁ କେହି ନଥିଲେ। ଯାହାକି ଦଳକୁ ଜିତାଇବା ପାଇଁ ଆବଶ୍ୟକ ହେଉଥିବା ରନ୍ ରେଟ୍ ମିିଳିନଥିଲା। ଏହି ଇନିଂସରେ ରିଙ୍କୁ ୪ଟି ଚୌକା ସହିତ ଛକା ମାରି ୩୧ ବଲରେ ୫୮ ରନ୍ କରି ଅପରାଜିତ ଥିଲେ ୟୁପିର ଏହି ଖେଳାଳି।
ରିଙ୍କୁ ସିଂହ କ୍ରିଜକୁ ଆସିବା ପୂର୍ବରୁ ଯେଉଁ ସ୍ଥିତି ଥିଲା ଲାଗୁଥିଲା ଦଳ ବହୁତ ରନ୍ ପୂର୍ବରୁ ଅଲ୍ ଆଉଟ୍ ହୋଇଯାଇପାରେ। ହେଲେ ରନ୍ ମେସିନ୍ ଭାବେ ପରିଚୟ ପାଇଥିବା ରିଙ୍କୁ ସିଂହ ନିଜ ବ୍ଯାଟରୁ ଗୋଟିଏ ଗୋଟିଏ ବଡ ଶଟ୍ ଖେଳି ରନ୍ ବାହାର କରି ଅପରାଜିତ ରହିଥିଲେ। ହେଲେ ଟାର୍ଗେଟ୍ ଛୁଇଁପାରିନଥିଲେ।
Comments are closed.