Latest Odisha News

ଚଳନ୍ତା ଟ୍ରକର ଚକାଫାଟି ଲାଗିଲା ନିଆଁ, ଜଳିଗଲା ବହୁମୂଲ୍ୟ ସାମଗ୍ରୀ

ଭୁବନେଶ୍ୱର: ରାଜଧାନୀର ତମୋଣ୍ଡୋ ନିକଟରେ ଅଘଟଣ । ଏକ ଚଳନ୍ତା ଟ୍ରାନ୍ସପୋର୍ଟିଂ ଟ୍ରକରେ ନିଆଁ ଲାଗିଯିବା ଫଳରେ ଜଳିଗଲା ବହୁ ମୂଲ୍ୟ ସାମଗ୍ରୀ । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଦମକଳବାହିନୀ ।

ଖବରମୁତାବକ, ଆଜି ମଧ୍ୟାହ୍ନ ସମୟରେ ତମୋଣ୍ଡୋ ଥାନା ନିକଟ ଫ୍ଲାଏ ଓଭର ଉପରେ ଏକ ଟ୍ରାନ୍ସପୋର୍ଟିଂ ଟ୍ରକ (କେଏ ୨୫ ସି ୮୮୧୪) ବିଶାଖାପାଟନମ୍ ରୁ କଲିକତା ଅଭିମୁଖେ ଯାଉଥିଲା । ଏହି ସମୟରେ ପ୍ରଥମେ ଟ୍ରକ୍ ଟିର ଗୋଟିଏ ଚକା ଫାଟିଥିଲା ଏହାପରେ ଗୋଟିଏ ପରେ ଗୋଟିଏ ଚକା ଫାଟିଯିବା ଫଳରେ ଟ୍ରକ୍ ଟିରେ ନିଆଁ ଲାଗିଯାଇଥିଲା ।

ଏନେଇ ସ୍ଥାନୀୟ ଲୋକେ ଦମକଳବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି କିଛି ଘଣ୍ଟା ର କସରତ ପରେ ନିଆଁକୁ କାବୁ କରିବାରେ ସଫଳ ହୋଇଛି ଦମକଳବାହିନୀ । ତେବେ ଏହି ନିଆଁ ଲାଗିଯିବା ଫଳରେ ଟ୍ରକ୍ ରେ ଥିବା ବହୂ ମୂଲ୍ୟର ସାମଗ୍ରୀ ଜଳିଯାଇଛି । ଟ୍ରକ୍ ଡ୍ରାଇଭର ସୁସ୍ଥ ଥିବା ଜଣାପଡିଛି ।

 

Comments are closed.