Latest Odisha News

BREAKING NEWS

ଆଷ୍ଟ୍ରାଜେନେକା ଓ ସ୍ପୁଟନିକ- ଭି ଭାକ୍ସିନକୁ ମିଶାଇ ଦିଆଯାଇପାରିବ ଟିକା

ନୂଆଦିଲ୍ଲୀ : ଆଷ୍ଟ୍ରାଜେନେକା ଓ ସ୍ପୁଟନିକ- ଭି ଭାକ୍ସିନକୁ ମିଶାଇ ଦିଆଯାଇପାରିବ ଟିକା । ଏହାକୁ ଅନୁମତି ଦେଇଛି ଋଷ । ଏନେଇ ଦେଶର ୫ଟି କ୍ଲିନିକକୁ ଟ୍ରାଏଲ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହି ଟ୍ରାଏଲ ଅବଧି ଆସନ୍ତା ମାର୍ଚ୍ଚ ୨୦୨୨ ସୁଦ୍ଧା ଶେଷ ହେବ ।

ଋଷ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୈତିକ କମିଟି ଗତ ମେ ମାସରେ ଏହି ମିଶ୍ରଣର କ୍ଲିନିକାଲ ଟ୍ରାଏଲକୁ ବାତିଲ କରିଥିଲା । ଏହି ମିଶ୍ରଣର ପ୍ରଥମ ଡୋଜ ସାଧାରଣ ଭାବେ ଦିଆଯିବ ଏବଂ ଦ୍ବିତୀୟ ଡୋଜ ବୁଷ୍ଟର ଡୋଜ ଭାବେ ପରିଗଣିତ ହେବ । ସ୍ପୁଟନିକ-ଭି ଭାକ୍ସିନର ବ୍ୟବହାରକୁ ପ୍ରୋତ୍ସାହନ ଦେଉଥିବା ଋଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠି ବା ଆରଡିଆଇଏଫ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି । ସେପଟେ ଆସନ୍ତା ମାସ ସୁଦ୍ଧା ଦେଶରେ ଶିଶୁଙ୍କୁ ଟିକାକରଣ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି । ବିଜେପି ସାଂସଦଙ୍କ ସଂସଦୀୟ ବୈଠକରେ ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡବ୍ୟ ।

Leave A Reply

Your email address will not be published.