Latest Odisha News

BREAKING NEWS

ମଙ୍ଗଳା ନଦୀର ବିଷ।କ୍ତ ପାଣିରେ ମାଛ ମଡ଼କ

ପୁରୀ : ବିଷାକ୍ତ ହୋଇପଡିଛି ମଙ୍ଗଳା ନଦୀର ପାଣି l ଫଳରେ ବିପୁଳ ସଂଖ୍ୟାରେ ମାଛ ମରୁଛନ୍ତି l ଏହି ମଲା ମାଛ ମଙ୍ଗଳା ମୁହାଣ ବାଲିରେ ପଡିଛନ୍ତି l ପଚା ମାଛ ଗନ୍ଧରେ ମୁହାଣ ଦେଖିବାକୁ ଯାଉଥିବା ଲୋକେ ଅତିଷ୍ଠ ହୋଇପଡୁଛନ୍ତି l ତେବେ ନଦୀ ପାଣି ବିଷାକ୍ତକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l

ପ୍ରାୟ ପ୍ରତିବର୍ଷ ମଙ୍ଗଳା ନଦୀରେ ମାଛ ମରୁଛନ୍ତି l ଏହାର କାରଣ ହେଉଛି ମଙ୍ଗଳା ଘାଟ ଠାରେ ଥିବା ଟ୍ରିଟମେଣ୍ଟ ପ୍ଲାଣ୍ଟ l ଏଠାରେ ଜଳ ଠିକ ଭାବେ ବିଶୋଧନ କରାନଯାଇ ନଦୀକୁ ଛାଡି ଦିଆଯାଉଛି l ଏମିତି କି ବିଶୋଧନ ପାଇଁ ଅନେକ ସମୟରେ ଅଧିକ କ୍ଲୋରିନ ମିଶାଯାଉଥିବାରୁ ପାଣି ବିଷାକ୍ତ ହୋଇଯାଉଛି l ଏହି ପାଣି ନଦୀ ଦେଇ ସମୁଦ୍ରରେ ମିଶୁଛି l ଫଳରେ ନଦୀରେ ଜଳ ଯିବ ବିଶେଷ କରି ମାଛଙ୍କ ମୃତ୍ୟୁ ଘଟିଛି l

ମଙ୍ଗଳା ନଦୀରେ ମାଛ ମଡକ କିଛି ନୂଆ କଥା ନୁହେଁ l ପ୍ରତି ବର୍ଷ ମାଛ ମଡ଼କ ଦେଖିବାକୁ ମିଳୁଛି l କିନ୍ତୁ ଏହାକୁ ଅତି ହାଲକା ଭାବେ ନିଆଯାଉଛି l ମାଛ ମରିବା ପରେ ପାଣିର ପରୀକ୍ଷା ପ୍ରଶ୍ନବାଚୀ ସୃଷ୍ଟି କରୁଛି ll

Leave A Reply

Your email address will not be published.