ନୂଆଦିଲ୍ଲୀ : କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ‘କୁ ନେଇ ସାରା ବିଶ୍ବରେ ଆତଙ୍କ । ଅଧିକାଂଶ ଦେଶରେ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇ ସାରିଥିବା ବେଳେ, ବିଭିନ୍ନ ଦେଶରେ ଲକଡାଉନ ଭଳି କଟକଣା ଲାଗୁ କରାଯାଇଛି । କରୋନା ଟିକାର ଦୁଇଟି ଡୋଜ୍ ନେଇ ସାରିଥିବା ଲୋକମାନେ ମଧ୍ୟ ଏହି ଭାରିଆଣ୍ଟରେ ଆକ୍ରାନ୍ତ ହୋଇଛନ୍ତି । ତେବେ ନୂଆ ଭାରିଆଣ୍ଟ ବିରୋଧରେ ସ୍ପୁଟନିକ ଭ୍ୟାକସିନ ପ୍ରଭାବଶାଳୀ ବୋଲି କହିଛି ଋଷିଆର ଫାର୍ମା କମ୍ପାନୀ ଗାମାଲିଆ ଇନଷ୍ଟିଚ୍ୟୁଟ । ଆବଶ୍ୟକ ହେଲେ କମ୍ପାନୀ ସ୍ପୁଟନିକ ଟିକାର ବୁଷ୍ଟର ଡୋଜ୍ ପ୍ରସ୍ତୁତ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ଋଷ ପ୍ରଥମେ ସ୍ପୁଟନିକ-ଭି ଟିକା ପ୍ରସ୍ତୁତ କରିଥିଲା । ଏହାପରେ ସ୍ଫୁଟନିକ ଲାଇଟ୍ ଭ୍ୟାକସିନ ମଧ୍ୟ ପ୍ରସ୍ତୁତ କରିଥିଲା ଋଷ୍ । ଦୁଇଟି ଯାକ ଟିକା କରୋନା ବିରୋଧରେ ଅତି ପ୍ରଭାବଶାଳୀ ବୋଲି ଟ୍ରାଏଲ ବେଳେ ଜଣାପଡ଼ିଥିବା ଋଷ ଦାବି କରିଆସୁଛି । ମାତ୍ର ଏ ଯାଏଁ ଋଷର ଏହି ଦୁଇଟି ଯାକ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମୋଦନ ମିଳିନାହିଁ । ନୂଆ ଭ୍ୟାରିଆଣ୍ଟ ବିରୋଧରେ ସ୍ପୁଟନିକ ଟିକା ପ୍ରଭାବଶାଳୀ ବୋଲି କମ୍ପାନୀ ଦାବି କରିବା ପରେ, ଏହାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁମୋଦନ ଦେବା ଆଶା ସଞ୍ଚାର ହୋଇଛି । ୨୦୨୨ ଫେବୃୟାରୀ ସୁଦ୍ଧା କମ୍ପାନୀ ୧୦୦ କୋଟି ବୁଷ୍ଟର ଡୋଜ୍ ପ୍ରସ୍ତୁତ କରିବ ବୋଲି କହିଛି ।
Comments are closed.