Latest Odisha News

BREAKING NEWS

S-400 ଏୟାର ଡିଫେନ୍ସ ସିଷ୍ଟମ ସହ ଅଭ୍ୟାସ ଆରମ୍ଭ କଲା ଋଷ ସେନା

ମସ୍କୋ : ଯୁଦ୍ଧର ଅଷ୍ଟମ ଦିନରେ ଘନ ଘନ ମିସାଇଲ, ଗୁଳିଗୋଳା ମାଡ କରି ଚାଲିଛି ଋଷ । ନ୍ୟୁକ୍ଲିଅର ପରେ ଏବେ ଆଲର୍ଟରେ ଏସ-୪୦୦ ମିସାଇଲ୍‌ ସିଷ୍ଟମ୍‌ । ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ସହ ଅଭ୍ୟାସ ଆରମ୍ଭ କରିଛି ଋଷ୍‌ ସେନା । ରାଜଧାନୀ କିଭ୍ ଦଖଲ ପାଇଁ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିଛି ଋଷ । ରେଳ ଷ୍ଟେସନ, ଚର୍ଚ୍ଚ ଓ ସ୍କୁଲରେ ତୁହାକୁ ତୁହା ରକେଟ୍ ମାଡ଼ ହେଉଛି । ଖାରକିବ, ମିକୋଲିବରେ ଋଷ୍‌ କରିଚାଲିଛି ଜୋରଦାର ଏୟାରଷ୍ଟ୍ରାଇକ୍ । ୟୁକ୍ରେନର ଇଜମେଲ ସହର ଉପରେ ଆଟାକ୍ କରୁଛି ମସ୍କୋ । ଚେର୍ଣ୍ଣିହିବରେ ତୈଳ ଡିପୋ ଉପରେ ହୋଇଛି ହାମଲା ।

ତେବେ ୟୁକ୍ରେନକୁ ସମୁଦ୍ର ପଥରେ ଘେରିବାକୁ ବ୍ଲାକ ସିରେ ଋଷ ନୌସେନା ପ୍ରସ୍ତୁତି ଆରମ୍ଭ କରିଦେଇଛି । ଖାରକିବସ୍ଥିତ ପ୍ରତିରକ୍ଷା ବିଭାଗ ମୁଖ୍ୟାଳୟ ଉପରେ ମଧ୍ୟ ହମଲା ହୋଇଛି । ସେପଟେ ଋଷ ବିରୋଧରେ ଲଢ଼େଇ ପାଇଁ ସାଇବର ଆର୍ମି ପ୍ରସ୍ତୁତ କରୁଛି ୟୁକ୍ରେନ । ଦେଶବାସୀ ଆଇଟି ଆର୍ମିରେ ସାମିଲ ହେବାକୁ ୟୁକ୍ରେନ ପକ୍ଷରୁ ଆହ୍ବାନ ଦିଆଯାଇଛି । ଋଷ ବିରୋଧରେ ଯୁଦ୍ଧ ଲାଗି ୟୁକ୍ରେନକୁ ୨୭୦୦ ମିସାଇଲ ଦେବାକୁ ଘୋଷଣା କରିଛି ଜର୍ମାନୀ । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ୪୯୮ ଜଣ ଋଷୀୟ ସୈନିକଙ୍କ ମୃତ୍ୟୁ ହୋଇଥିବା ମାନିଛି ଋଷ୍ । ଏହି ଯୁଦ୍ଧର ପରବର୍ତ୍ତି ଅବସ୍ଥା କଣ ହେବ, ତାହା କେହି ଆକଳନ କରିବା ମଧ୍ୟ ମୁସ୍କିଲ ହୋଇପଡିଛି ।

 

Comments are closed.