Latest Odisha News

BREAKING NEWS

ରଣଜୀ ଟ୍ରଫି: ଶାନ୍ତନୁ ୮୯, ଓଡିଶା ୨୫୦/୬

ଅହମ୍ମଦାବାଦ: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଡିର ର ପ୍ରଥମ ଦିବସ ଖେଳରେ ମୁମ୍ବାଇ ବିପକ୍ଷରେ ଓଡିଶା ଭଲ ପ୍ରଦର୍ଶନ କରିଛି । ଶାନ୍ତନୁ ମିଶ୍ରଙ୍କ ଚମତ୍କାର ୮୯ ରନ ସହାୟତାରେ ଓଡିଶା ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ୬ ୱିକେଟ ହରାଇ ୨୫୦ ରନ ସଂଗ୍ରହ କରି ନେଇଛି । ଅଭିଷେକ ରାଉତ ୩୫ ଓ ରାଜେଶ ମହାନ୍ତି ୧୭ ରନ କରି ଅପରାଜିତ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦେବାଶୀଷ ସାମନ୍ତରାୟ ୧୦, ଶୁଭ୍ରାଂଶୁ ସେନାପତି ୧୩, ଗୋବିନ୍ଦ ପୋଦ୍ଦାର ୩୭, ଅଂଶୀ ରଥ ୧୪ ଓ ରାଜେଶ ଧୂପର ୧୯ ରନ କରି ପ୍ୟାଭିଲିୟନ ଫେରି ଯାଇଛନ୍ତି ।

BjdElectrycity

ମୁମ୍ବାଇ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ତନୁଷ କୋଟିଆନ ଓ ମୋହିତ ଅବସ୍ଥୀ ୨ଟି ଲେଖାଁଏ ଏବଂ ଧାୱଲ କୁଲକର୍ଣ୍ଣି ଓ ସିଦ୍ଧାର୍ଥ ରାଉତ ଗୋଟିଏ ଲେଖାଁଏ ୱିକେଟ ହାସଲ କରିଥିଲେ । ଟସ ଜିତି ଓଡିଶା ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛି ।

Comments are closed, but trackbacks and pingbacks are open.