ନୂଆଦିଲ୍ଲୀ: ୨୦୨୫ରୁ ଋଷ ଭାରତୀୟମାନଙ୍କ ପାଇଁ ଭିସା ଫ୍ରି ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଫଳରେ ଯେଉଁ ଭାରତୀୟମାନେ ଋଷ ଯିବାକୁ ଯୋଜନା କରୁଛନ୍ତି ସେମାନେ ଆଉ ଭିସା ବିଷୟରେ ଚିନ୍ତା କରିବା ଜରୁରୀ ନୁହେଁ।
ସାଧାରଣତଃ ଋଷ, ଚୀନ୍ ଏବଂ ଇରାନର ଯାତ୍ରୀମାନଙ୍କ ପାଇଁ ଭିସା ଫ୍ରି ଟୁରିଷ୍ଟ ଏକ୍ସଚେଞ୍ଜ୍ କାର୍ଯ୍ୟକ୍ରମ ଅଧୀନରେ ଭିସାମୁକ୍ତ ପ୍ରବେଶ ଅନୁମତି ଦେଇଥାଏ। ବର୍ତ୍ତମାନ ଏହି ତାଲିକାରେ ଭାରତ ମଧ୍ୟ ସାମିଲ ହେବାକୁ ଯାଉଛି।
ଭାରତୀୟ ନାଗରିକମାନେ ଋଷରେ ପ୍ରବେଶ, ରହିବା ପାଇଁ ଭିସା ଆବଶ୍ୟକ କରନ୍ତି। ଯାହା ଭାରତରେ ଥିବା ଋଷ ଦୂତାବାସ ଦ୍ବାରା ଜାରି କରାଯାଇଥାଏ। ଭିସା ପାଇବାକୁ ହେଲେ ଏକ ଲମ୍ବା ପ୍ରକ୍ରିୟା ଦେଇ ଗତି କରିବାକୁ ପଡିଥାଏ। ଏଥିପାଇଁ ବହୁତ ସମୟ ମଧ୍ୟ ଲାଗିଥାଏ। ଖାସକରି ଭାରତରୁ ଋଷକୁ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟତଃ କାର୍ଯ୍ୟରତ ଲୋକ ଏବଂ ଅଧିକାରୀ ରହିଥାନ୍ତି। ପର୍ଯ୍ୟଟନ ପାଇଁ ଭାରତରୁ ଋଷକୁ ଯାତାୟତ କରୁଥିବା ଲୋକ ବହୁତ କମ୍ ରହିଛନ୍ତି। ତେବେ ଭିସା ଫ୍ରି ଯାତ୍ରା ପାଇଁ ପର୍ଯ୍ୟଟନ ବୃଦ୍ଧି ପାଇପାରେ।
ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ୬୨ଟି ଦେଶରେ ଭାରତ ଭିସା ଫ୍ରି ଏଣ୍ଟ୍ରି ସୁଯୋଗ ଦେଉଛି। ଏହା ମଧ୍ୟରେ ଥାଇଲ୍ୟାଣ୍ଡ, ମାଲଦ୍ୱୀପ, କେନିଆ, ଆର୍ମେନିଆ, ଶ୍ରୀଲଙ୍କା, ନେପାଳ, ଭୁଟାନ ଆଦି ଅନ୍ତର୍ଭୁକ୍ତ।
Comments are closed.