Latest Odisha News

BREAKING NEWS

ୟୁକ୍ରେନର ୪ ସହରରେ ସାମୟିକ ଯୁଦ୍ଧବିରତି ଘୋଷଣା କଲା ରୁଷ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ୍-ୟୁକ୍ରେନ୍ ଭିତରେ ୧୨ ଦିନ ହେଲାଣି ଘମାଘୋଟ ଯୁଦ୍ଧ ଚାଲିଛି । ଘନ ଘନ ମିସାଇଲ୍, ରକେଟ୍ ମାଡ଼ ହେଉଛି । ଟ୍ୟାଙ୍କରୁ ହେଉଛି ହମଲା । ଏହାରି ଭିତରେ ୟୁକ୍ରେନରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଉଛି । ଆଜି ଦିନ ସାଢ଼େ ୧୨ଟାରୁ ଯୁଦ୍ଧଗ୍ରସ୍ତ ୪ଟି ସହରରେ ଯୁଦ୍ଧବିରତି ଘୋଷଣା କରିଛି ରୁଷ୍ ।

BjdElectrycity

ୟୁକ୍ରେନର ଖାରକିଭ୍, ମାରିୟୁପୁଲ୍, ସୁମି ଓ କିଭ୍ ସହରରେ ଯୁଦ୍ଧବିରତି ଘୋଷଣା କରିଛି ରୁଷ୍ । ସାମୟିକ ଅସ୍ତ୍ରବିରତି ଘୋଷଣା କରିଛି ପୁଟିନ୍ ସେନା । ଏହି ସମୟରେ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ଅନୁରୋଧ କ୍ରମେ ସେଠାରେ ଫସିଥିବା ସାଧାରଣ ଲୋକଙ୍କୁ ସ୍ଥାନାନ୍ତର ପାଇଁ ମାନବୀୟ କରିଡର ଖୋଲିବା ନେଇ ଅସ୍ତ୍ରବିରତି ପଦକ୍ଷେପ ନେଇଛି ରୁଷିଆ ।

Comments are closed, but trackbacks and pingbacks are open.