Latest Odisha News

BREAKING NEWS

ଉତ୍ତରପ୍ରଦେଶରେ ଆଜି ସରିବ ନିର୍ବାଚନ, ୫୪ଟି ଆସନ ମତଦାନ ଜାରି

ଲକ୍ଷ୍ନୌ: ଆଜି ସରିବ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ । ଆଜି ଶେଷ ପର୍ଯ୍ୟାୟରେ ମତଦାନ ନିଆଯାଉଛି । ଆଜି ୫୪ ଆସନରେ ଭୋଟ ଗ୍ରହଣ ଚାଲିଛି । ୬୧୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଉତ୍ତରପ୍ରଦେଶ ଭୋଟର । ଆଜି ଆଜମଗଡ଼, ଜାଉଁପୁର, ଗାଜିପୁର, ସୋନଭଦ୍ର, ବାରଣାସୀ, ମାଉ, ଚନ୍ଦୁଲି, ଭଦୋହି ଓ ମିର୍ଜାପୁର ଜିଲ୍ଲାରେ ଭୋଟ୍ ନିଆଯାଉଛି ।

ଶେଷ ପର୍ଯ୍ୟାୟରେ ବହୁ ହେବିଓ୍ୱେଟ ନେତା ସେମାନଙ୍କ ଭାଗ୍ୟ ପରୀକ୍ଷା କରାଉଛନ୍ତି । ଉତ୍ତରପ୍ରଦେଶରେ ଫେବ୍ରୁଆରୀ ୧୦ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ହୋଇଥିଲା । ଆଜି ସପ୍ତମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଚାଲିଛି । ୫ଟି ରାଜ୍ୟ ପାଇଁ ଫେବ୍ରୁଆରୀ ୧୦ରୁ ଆରମ୍ଭ ହୋଇଥିଲା ମତଦାନ ।

ଆସନ୍ତା ୧୦ ତାରିଖରେ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନ ଭୋଟ୍ ଗଣତି ପରେ ପ୍ରକାଶ ପାଇବ ଫଳାଫଳ । ଜଣା ପଡିବ କିଏ କେଉଁଠି ମାରିଲେ ବାଜି ? କେଉଁ ରାଜ୍ୟରେ କିଏ ସରକାର ଗଢ଼ିବ ?

Comments are closed, but trackbacks and pingbacks are open.