Latest Odisha News

BREAKING NEWS

ରୁଷୀୟ ଡାକ୍ତରଙ୍କ ମନୋବଳ ଦୋହଲାଇ ପାରିନଥିଲା ୮.୮ ତୀବ୍ରତାର ଭୂମିକମ୍ପ: ଥରି ଥରି ଏମିତି କଲେ ସର୍ଜରୀ….

ନୂଆଦିଲ୍ଲୀ: ଆଜି ରୁଷ କାମଚଟକା ଉପଦ୍ୱୀପରେ ହୋଇଥିବା ୮.୮ ତୀବ୍ରତାର ଭୂମିକମ୍ପ ପ୍ରତମେ ଜାପାନ, ପରେ ପରେ ବମେରିକା, ବ୍ରାଜିଲ୍ ଲବଂ ଚୀନ ଯାଏଁ ଏହାର ପ୍ରଭାବ ବିସ୍ତାର କରାସାରିଲାଣି । ସମୁଦ୍ର ତଳେ ସୃଷ୍ଟ ଭୂମିକମ୍ପ ଏବେ ସୁନାମି ଆତଙ୍କ ଖେଳାଇଥିବା ବେଳେ ଏହାର ପ୍ରଭାବରେ ଅନେକ ଅଞ୍ଚଳକୁ ନିଜ କାବୁରେ କଲାଣି । ଏହାରି ଭିତରେ ଏବେ ରୁଷର ଭୂମିକମ୍ପ ସମୟରେ ରୁଷର ଏକ ଡାକ୍ତରଖାନା ଭିତର ଭିଡିଓ ବେଶ୍ ଭାଇରାଲ ହେଉଛି । ଯେଉଁଥିରେ କାମଚଟକା ଉପଦ୍ୱୀପରେ ହୋଇଥିବା ୮.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ମଧ୍ୟ ଡାକ୍ତରଙ୍କ ମନୋବଳକୁ ଦୁର୍ବଳ କରିପାରି ନଥିଲା । ଯେତେବେଳେ ଏହି ଭୟଙ୍କର ଭୂମିକମ୍ପ ହୋଇଥିଲା, କିଛି ଡାକ୍ତରମାନେ ହସ୍ପିଟାଲରେ ରୋଗୀଙ୍କ ଅସ୍ତ୍ରୋପଚାର କରୁଥିଲେ । ସେହି ସମୟରେ, ସମ୍ପୂର୍ଣ୍ଣ ଅପରେସନ ଥିଏଟର ଥରିବାକୁ ଲାଗିଲା । ହେଲେ ଏହା ସତ୍ତ୍ୱେ ବି, ଡାକ୍ତରମାନେ ଅପରେସନ ବନ୍ଦ କରିନଥିଲେ ଏବଂ ଅସ୍ତ୍ରୋପଚାର ଜାରି ରଖିଥିଲେ । ଆରଟି ରୁଷିଆର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟକୁ ଉଦ୍ଧୃତ କରି କହିଛି ଯେ ଅପରେସନ ପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ତେବେ ଭାଇରାଏ ହେଉଥିବା ଭିଡିଓଟିରେ ଭୂମିକମ୍ପ ସମୟରେ ଅପରେସନ ଥିଏଟର ଦୋହିଲାବାକୁ ଲାଗିଥିବା ବେଳେ ଏହା ଭିତରେ ଥିବା ଅନେକ ଜିନିଷ ନିଜ ସ୍ଥାନରୁ ଖସିଆସୁଥିଲା । ଆଉ ଏହା ଭିତରେ ଡାକ୍ତରମାନଙ୍କୁ ଅସ୍ତ୍ରୋପଚାର କରୁଥିବା ସ୍ପଷ୍ଟ ଭାବରେ ଦେଖାଯାଉଛି। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ସମଗ୍ର କୋଠା ଦ୍ରୁତ ଗତିରେ ଥରୁଥିବା ଦେଖାଯାଇଥିଲା । କିନ୍ତୁ ଡାକ୍ତରମାନେ ଅସ୍ତ୍ରୋପଚାର ବନ୍ଦ କରିନଥିଲେ । ସେମାନେ ଶେଷ ପର୍ଯ୍ୟନ୍ତ ଥରି ଥରି ସେମାନଙ୍କର କାମ ଜାରି ରଖିଥିଲେ। ଅପରେସନ ସମାପ୍ତ ହେବା ପରେ ହିଁ ଡାକ୍ତରମାନେ ସେମାନଙ୍କର ଅସ୍ତ୍ରୋପଚାର ବନ୍ଦ କରିଥିଲେ । ଭିଡିଓଟି ଭାଇରାଲ ହେବା ପରେ ସମସ୍ତେ ଡାକ୍ତରଙ୍କ ସାହସକୁ ପ୍ରଶଂସା କରୁଛନ୍ତି।

ତେବେ ବୁଧବାର ସକାଳେ ରୁଷିଆର ଦୂର ପୂର୍ବରେ ଘଟିଥିବା ଏହି ଭୂମିକମ୍ପ ଉତ୍ତର ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୁନାମି ଆଣିଥିଲା ଏବଂ ଆମେରିକାର ଆଲାସ୍କା ଏବଂ ହାୱାଇ ଏବଂ ନ୍ୟୁଜିଲ୍ୟାଣ୍ଡର ଦକ୍ଷିଣରେ ଏଥିପାଇଁ ସତର୍କତା ଜାରି କରାଯାଇଥିଲା। ମଙ୍ଗଳବାର ଦିନ ଆମେରିକାର ହାୱାଇର ରାଜଧାନୀ ହୋନୋଲୁଲୁରେ ସୁନାମି ସତର୍କତା ସାଇରନ୍ ବାଜିଥିଲା ଏବଂ ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଥିଲା। ଜାପାନ ପାଣିପାଗ ସଂସ୍ଥା କହିଛି ଯେ ସୁନାମିର ପ୍ରଥମ ଲହରୀ ପ୍ରାୟ ୩୦ ସେମି ଉଚ୍ଚତା ବିଶିଷ୍ଟ, ହୋକାଇଡୋର ପୂର୍ବ ଉପକୂଳରେ ନେମୁରୋରେ ପହଞ୍ଚିଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ କାମଚଟକା ଉପଦ୍ୱୀପପୁଞ୍ଜ ନିକଟରେ ରୁଷୀୟ ଅଞ୍ଚଳରେ କ୍ଷୟକ୍ଷତି ଏବଂ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ରିପୋର୍ଟ ମିଳିଛି। ସ୍ଥାନୀୟ ରାଜ୍ୟପାଳ ଭାଲେରି ଲିମାରେଙ୍କୋ କହିଛନ୍ତି ଯେ ସୁନାମିର ପ୍ରଥମ ଲହରୀ ପ୍ରଶାନ୍ତ ମହାସାଗରରେ ରୁଷର କୁରିଲ ଦ୍ୱୀପପୁଞ୍ଜର ମୁଖ୍ୟ ବସତି ସେଭେରୋ-କୁରିଲସ୍କର ଉପକୂଳବର୍ତ୍ତୀ ଅଞ୍ଚଳରେ ପହଞ୍ଚିଛି।

Comments are closed.