Latest Odisha News

BREAKING NEWS

ୟୁରୋପରେ ହାଇ ଆଲର୍ଟ ପରିସ୍ଥିତି: ୟୁକ୍ରେନକୁ ଚାରିପଟୁ ଆକ୍ରମଣ କରିବା ପାଇଁ ରୁଷିଆର ପ୍ରସ୍ତୁତି

ନୂଆଦିଲ୍ଲୀ:ରୁଷିଆ ଏବଂ ୟୁକ୍ରେନ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଫଳରେ ୟୁରୋପରେ ହାଇ ଆଲର୍ଟ ଭଳି ସ୍ଥିତି ସୃଷ୍ଟି ହୋଇଛି । ରିପୋର୍ଟ ମୁତାବକ ୟୁକ୍ରେନକୁ ଆକ୍ରମଣ କରିବା ପାଇଁ ରୁଷିଆର ସମସ୍ତ ସୀମାରେ ସୈନିକ ନିୟୋଜିତ କରିବା ସହ ଅସ୍ତ୍ରଶସ୍ତ୍ର ଏବଂ ଅତ୍ୟାଧୁନିକ ସାମଗ୍ରୀ ଠୁଳ କରିବାରେ ଲାଗିଛି । ବିରୋନେକ ଓ କ୍ରାସନୋଡରରେ ଟ୍ୟାଙ୍କ ଏବଂ ମିସାଇଲ ହଟାଇବା ପାଇଁ ରୁଷକୁ ଜର୍ମାନୀ ଅନୁରୋଧ କରିଥିଲେ ଏହାର ଫଳ କିଛି ହୋଇ ନାହିଁ । ଏହି ଦୁଇ ସୀମା ଜର୍ମାନୀକୁ ଲାଗିରହିଛି ।

ଅପରପକ୍ଷରେ ୟୁକ୍ରେନ ଉପରେ ଆକ୍ରମଣ କଲେ ପରିଣାମ ଭୟଙ୍କର ହେବ ବୋଲି ରୁଷକୁ ଆମେରିକା ଚେତାଇ ଦେଇଛି । ଆମେରିକା ୨ଟି ଅତ୍ୟାଧୁନିକ ଯୁଦ୍ଧ ଜାହାଜ ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ପଠାଇ ଦେଇଛି । ରୁଷିଆ ଯଦି ତାର ମନୋଭାବରେ ପରିବର୍ତନ ନ ଆଣେ ତାହାହେଲେ ଯୁଦ୍ଧ ହେବ ବୋଲି ବିଶେଷଞ୍ଜ ମାନେ ଆଶଙ୍କା କରୁଛନ୍ତି ।

Leave A Reply

Your email address will not be published.