Latest Odisha News

BREAKING NEWS

ଝରାଫୁଲ ମୃତ୍ୟୁ ମାମଲାରେ ଆଉ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ବର : ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସୁନ୍ଦରପଦାର ଅମରେଶ ରାଉତ ବୋଲି ଜଣାପଡିଛି । ଗିରଫ ପରେ ଅଭିଯୁକ୍ତ ଅମରେଶକୁ କୋର୍ଟ ଚାଲାଣ କରିଛି ପୋଲିସ ।

ଗତ ଜାନୁଆରୀ ୨୬ରେ ବସ୍ ଯୋଗେ ଭୁବନେଶ୍ୱରରୁ ଘରକୁ ବାହାରିଥିଲା ଝରାଫୁଲ । କିନ୍ତୁ ଦେହ ଭଲ ନଲାଗିବାରୁ ବାଣୀବିହାରରେ ଓହ୍ଲାଇ ପଡ଼ି ପୁରୁଷ ବନ୍ଧୁ ରାକେଶ ସହ ବୁଲାବୁଲି କରିଥିଲା । ଏହାପର ଦିନ ଝରାଫୁଲର ମୃତଦେହକୁ ରାକେଶ ଯାଜପୁର କୁଆଖିଆରେ ଫୋପଡି ଦେଇ ପଳାଇ ଆସିଥିଲା । ଏହି ଘଟଣାରେ ପୋଲିସ ରାକେଶକୁ ଗିରଫ କରିସାରିଛି । ତେବେ ଏହି ମାମଲାରେ ସେବେଠାରୁ ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତକୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.