Latest Odisha News

ମସ୍କୋରେ ବୋମା ବିସ୍ଫୋରଣ; ରୁଷର ପରମାଣୁ ସୁରକ୍ଷା ବାହିନୀ ମୁଖ୍ୟଙ୍କ ମୃତ୍ୟୁ

ମସ୍କୋ: ରୁଷର ମସ୍କୋରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ରୁଷର ପରମାଣୁ ପ୍ରୋଗ୍ରାମର ମୁଖ୍ୟ ଇଗୋର କିରିଲୋଭଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ଇଗୋର କିରିଲୋଭଙ୍କ ସହ ତାଙ୍କ ଆସିଷ୍ଟାଣ୍ଟଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ରାଷ୍ଟ୍ରପତି ଭବନଠାରୁ ମାତ୍ର ୭ କିଲୋମିଟର ଦୂରରେ ଘଟିଛି । ଏହି ବିସ୍ଫୋରଣ ପାଇଁ ୟୁକ୍ରେନର ସିକ୍ୟୁରିଟି ସର୍ଭିସ୍ ନିଜକୁ ଦାୟୀ କରିଛି ।

ତେବେ ଇଗୋର କିରିଲୋଭ ରାଷ୍ଟ୍ରପତି ପୁଟିନଙ୍କର ଅତି ନିକଟତର ବୋଲି ବିବେଚନା କରାଯାଉଥିଲା । ଖବର ମୁତାବକ, ଇଗୋର କିରିଲୋଭ ନିଜ ଆପାର୍ଟମେଣ୍ଟରୁ ବାହାରକୁ ଆସୁଥିବା ବେଳେ ନିକଟରେ ପାର୍କିଂ ହୋଇଥିବା ଏକ ସ୍କୁଟରରେ ଜୋରଦାର୍ ଧମାକା ହୋଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଯେଉଁଥିରେ ସେ ଆଉ ତାଙ୍କ ଆସିଷ୍ଟାଣ୍ଟଙ୍କର ଶରୀର ଏକଦମ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା ।

ଇଗୋର କିରିଲୋଭଙ୍କ ମୃତ୍ୟୁ ପରେ ରୁଷୀୟ ସଂସଦର ଡେପୁଟି ସ୍ପିକର କହିଛନ୍ତି, ବହୁତ ପ୍ଲାନିଂ ଅନୁସାରେ ଏହି ଘଟଣା ଘଟାଯାଇଛି । କିନ୍ତୁ ଏହାର ପ୍ରତିଶୋଧ ଆମେ ନିଶ୍ଚୟ ନେବୁ ।

ରିପୋର୍ଟ ମୁତାବକ, ଏହି ବିସ୍ଫୋରଣ ପାଇଁ ୩୦୦ ଗ୍ରାମ ଟିଏନଟି ବ୍ୟବହାର କରାଯାଇଥିଲା । ଏ ସମ୍ବନ୍ଧରେ ଅପରାଧିକ ହତ୍ୟା ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଚଳିତ ବର୍ଷ ଅକ୍ଟୋବରରେ ବ୍ରିଟେନ ଇଗୋରଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା । ୟୁକ୍ରେନରେ ରାସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାର ଉପରେ ନଜର ରଖିଥିବା ନେଇ ବ୍ରିଟେନ ତାଙ୍କ ଉପରେ ଅଭିଯୋଗ ଆଣିଥିଲା ।

Leave A Reply

Your email address will not be published.