ମସ୍କୋ: ରୁଷିଆରେ ଏକ ଦାମୀ ଏବଂ ପୁରାତନ ହୀରା ଭିତରୁ ୮୦ କୋଟି ବର୍ଷ ତଳର ଆଉ ଏକ ହୀରା ମିଳିଛି । ରୁଷିଆର ଲୋକପ୍ରିୟ କଣ୍ଢେଇ ମତ୍ରୋୟେଶିକା ନାମରେ ଏହି ହୀରାର ନାମ ରଖାଯାଇଛି । ଗବେଷକମାନେ ଏ ପର୍ଯ୍ୟନ୍ତ ଜାଣିପାରୁ ନାହାନ୍ତି ଗୋଟିଏ ହୀରା ଭିତରକୁ ଆଉ ଗୋଟିଏ ହୀରା କିପରି ରହିଲା ।
ଇତିହାସରେ ପୂର୍ବରୁ ଏ ଭଳି ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସି ନାହିଁ । ଏହାର ସଂରଚନା ଜଟିଳ ହୋଇଥିବାରୁ ଏ ପର୍ଯ୍ୟନ୍ତ ମୂଲ୍ୟ ଧାର୍ଯ୍ୟ ହୋଇପାରି ନାହିଁ । ଏକ୍ସ ରେ ସମେତ ଅନ୍ୟ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏହାର ଗବେଷଣା ଚାଲିଛି ।
Comments are closed.