Latest Odisha News

BREAKING NEWS

ଶିକ୍ଷକ ସ୍ୱାମୀ ସାଜିଲା ସୈତାନ୍: ସ୍ତ୍ରୀକୁ ପିଟି ପିଟି ମାରିଦେଲା

ଯାଜପୁର: ସ୍ୱାମୀ ସାଜିଲା ସୈତାନ୍ । ଘରୋଇ କଳହର କୁପରିଣତି । ସ୍ତ୍ରୀକୁ ଅତି ନିର୍ମମ ଭାବରେ ହତ୍ୟା ଅଭିଯୋଗ । ଏକ ଲୁହା ହାମରରେ ପିଟି ପିଟି ମାରି ଦେଲା ଶିକ୍ଷକ ସ୍ୱାମୀ । ଯାଜପୁର ଜିଲ୍ଲା କୋରାଇ ଥାନା ରଣପୁର ଗାଁରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଦୀପ୍ତିମୀ ଜେନା ।

ଅଭିଯୁକ୍ତ ଅରୁଣ ଜେନାଙ୍କୁ ଅଟକ ରଖିଛି ପୋଲିସ । ପାରିବାରିକ କଳହରୁ ଅରୁଣ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇ ପଠାଇ ଖୋଳତାଡ ଜାରି ରଖିଛି ।

ଉଭୟ ଅରୁଣ ଓ ଦୀପ୍ତିମୟୀ ପେଶାରେ ସରକାରୀ ଶିକ୍ଷକ ଥିବା ଜଣା ପଡ଼ିଛି । ୯ ବର୍ଷ ତଳେ ଦୁହେଁ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ବହୁ ସମୟରେ ସ୍ତ୍ରୀ ଦୀପ୍ତିମୟୀଙ୍କୁ ଅରୁଣ ମାରପିଟ କରୁଥିବା ଅଭିଯୋଗ ବି ହୋଇଛି ।

ଘରୋଇ କଳହ ଆଜି ଉଗ୍ରରୂପ ନେଇଥିଲା । ସକାଳୁ ଦୀପ୍ତିମୟୀ ଠାକୁରଙ୍କୁ ପୂଜା କରୁଥିବା ବେଳେ ହଠାତ୍ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଅରୁଣ । ଏକ ଲୁହା ହାମର ସହାୟତାରେ ମୁଣ୍ଡକୁ ବାରମ୍ବାର ପିଟି ଚାଲିଥିଲେ । ଘଟଣାସ୍ଥଳରେ ଦୀପ୍ତିମୟୀଙ୍କ ମୃତ୍ୟୁ ହୋଇଥିଲା । କୋରାଇ ପୋଲିସ ଘଟଣାର ଖୋଳତାଡ କରୁଛି ।

Leave A Reply

Your email address will not be published.