Latest Odisha News

BREAKING NEWS

ଯୁଦ୍ଧ ବନ୍ଦ ପାଇଁ ୟୁକ୍ରେନ୍ ଆଗରେ ୪ଟି ସର୍ତ୍ତ ରଖିଲା ରୁଷ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ୧୩ ଦିନ ହେଲାଣି ରୁଷ୍-ୟୁକ୍ରେନ୍ ଭିତରେ ଘମାଘୋଟ ଯୁଦ୍ଧ ଚାଲିଛି । ୟୁକ୍ରେନର ବହୁ ସହରକୁ ଛାରଖାର କରି ଦେଲାଣି ପୁଟିନ୍ ସେନା । ଯୁଦ୍ଧ ବନ୍ଦ ପାଇଁ ଏବେ ୟୁକ୍ରେନ୍ ଆଗରେ ୪ଟି ସର୍ତ୍ତ ରଖିଛି ରୁଷ୍ । ସାମରିକ କାର୍ୟ୍ୟାନୁଷ୍ଠାନ ବନ୍ଦ କରିବାକୁ ୟୁକ୍ରେନକୁ କହିଛି ରୁଷ୍ । ୟୁକ୍ରେନର ନିରପେକ୍ଷତା ନେଇ ସମ୍ବିଧାନରେ ଉଲ୍ଲେଖ କରୁ ।

BjdElectrycity

ଏଥିସହ କ୍ରିମିଆକୁ ରୁଷିଆର ବୋଲି ମାନ୍ୟତା ଦେଉ । ରୁଷିଆ ନିୟନ୍ତ୍ରଣରେ ଥିବା ଡୋନେସ୍କ ଓ ଲୋହାନସ୍କକୁ ୟୁକ୍ରେନ୍ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେଉ । ଏସବୁ ଦାବି ମାନିଲେ ଯୁଦ୍ଧ ବନ୍ଦ କରିବ ବୋଲି ୟୁକ୍ରେନ୍ ଆଗରେ ସର୍ତ୍ତ ରଖିଛି ରୁଷିଆ ।

୧୩ ଦିନ ଯୁଦ୍ଧ ଭିତରେ ୟୁକ୍ରେନ ଛାରଖାର ହୋଇ ଗଲାଣି । ରାଜଧାନୀ କିଭ୍, ଖାରକିଭ୍, ଚେର୍ଣ୍ଣିହିଭ, ମାରିୟୁପୁଲ୍, ଖେରସୋନ, ସୁମି, ଓଡ଼େଶା ଆଦି ସହରରେ ଯୁଦ୍ଧ ଘନଘଟା ପ୍ରଳୟଙ୍କରୀ ସ୍ଥିତି ସୃଷ୍ଟି କରିଛି । ବହୁ ସାଧାରଣ ନାଗରିକଙ୍କର ଜୀବନ ଗଲାଣି । ଲୋକ ଘରୁ ବାହାରିବାକୁ ଭୟ କରୁଛନ୍ତି । ଆଗକୁ ଯୁଦ୍ଧର ପରିଣତି କଣ ହେବ ସେକଥା କାହାକୁ ଜଣା ନାହିଁ ।

Comments are closed, but trackbacks and pingbacks are open.