Latest Odisha News

କୋଟିପତି କଲେଜ ପ୍ରିନ୍ସିପାଲ, ୫ କୋଟିର ସମ୍ପତ୍ତି ଠାବ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି କଲେଜ ପ୍ରିନ୍ସିପାଲ । କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ହୀରାନୀଳା କଲେଜ ପ୍ରିନ୍ସିପାଲ ରମେଶ ଚନ୍ଦ୍ର ସାହୁଙ୍କର ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଗତକାଲି ତାଙ୍କ ଘର, ଅଫିସ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା । ଭୁବନେଶ୍ୱର ସ୍ଥିତ ଘରୁ ମିଳିଥିଲା ନଗଦ ୧ଲକ୍ଷ ୯୪ ହଜାର ଟଙ୍କା ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରମେଶ ସାହୁଙ୍କର ଘରେ ରେଡ୍ ହୋଇଥିଲା । ଯାଞ୍ଚ ବେଳେ ତାଙ୍କର ୫ କୋଟିର ସମ୍ପତ୍ତି ଆକଳନ କରାଯାଇଛି । ଏହା ଭିତରେ ରହିଛି ୩ଟି କ୍ରସର ୟୁନିଟ୍‌, ୨ଟି ଜେସିବି, ୪ଟି ଟିପର୍‌ । ଦୁଇଟି ଏସୟୁଭି ଗାଡ଼ି, ୪ଟି ଦୁଇ ଚକିଆ ଗାଡ଼ି ବି ରହିଛି । ୩୭ ଲକ୍ଷରୁ ଅଧିକ ଟଙ୍କାର ବୀମା, ବ୍ୟାଙ୍କ ଡିପୋଜିଟ୍ ଓ ଫିକ୍ସଡ ଡିପୋଜିଟ୍ ରହିଛି ।

ଗତକାଲି ବିଶ୍ୱନାଥପୁର କଲେଜର ଅଫିସ୍‌ ସମେତ ଡୁମଡୁମା, ହାଉସିଂବୋର୍ଡ କଲୋନୀରେ ଥିବା ବାସ ଭବନ, ବିଶ୍ୱନାଥପୁରରେ ଥିବା ପୈତୃକ ଘର, ଖୋର୍ଦ୍ଧାରେ ଥିବା କ୍ରସର ଓ ବିଶ୍ୱନାଥପୁରରେ ଥିବା କ୍ରସରେ ଚଢଉ କରିଥିଲା ଭିଜିଲାନ୍ସ ଟିମ୍‌ ।

Comments are closed, but trackbacks and pingbacks are open.