Latest Odisha News

ୟୁକ୍ରେନର କିଭରେ ମିସାଇଲ ଆକ୍ରମଣ କଲା ରୁଷିଆ

ମସ୍କୋ: ଅମାନିଆ ରୁଷର ଜିଦଖୋର ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଯୁଦ୍ଧ ଘୋଷଣା ପରେ ୟୁକ୍ରେନର କିଭ ଓ ଖାରକିଭ ଅଂଚଳରେ ରୁଷ ସେନା ପକ୍ଷରୁ ବୋମା ମାଡ କରାଯାଇଛି । ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ଖାରକିଭରେ ଅନ୍ଧାର ରାତି ବିସ୍ଫୋରଣ ଆଲୋକ ସାରା ବିଶ୍ୱବାସୀଙ୍କ ମନରେ ଭୟ ସୃଷ୍ଟି କରାଇଛି । କିଭର ସୈନ୍ୟ ଆତ୍ମସମର୍ପଣ କରନ୍ତୁ ବୋଲି ରୁଷ କହିଛି ।

ଅପରପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ଭୟଙ୍କର ଖେଳରୁ ନିବୃତ ରହିବା ପାଇଁ ରୁଷଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତ ଏଥିରେ ଧନ,ଜୀବନ ହାନି ଛଡା ହେବା ଛଡା ଆଊ କିଛି ଲାଭ ହେବନି । ନାଟୋ ମଧ୍ୟ ରୁଷ ଆକ୍ରମଣ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛି । ମିଳିତ ଜାତିସଂଘ ଏବେ ବି ଶାନ୍ତି ପ୍ରକ୍ରିୟା ଜାରୀ ରଖିବା ପାଇଁ ଉଭୟ ଦେଶକୁ ଅନୁରୋଧ କରିଛନ୍ତି ।

Comments are closed.