Latest Odisha News

ଭାରତକୁ ଏସ୍-୪୦୦ ମିସାଇଲ ସିଷ୍ଟମ ଯୋଗାଣ ଆରମ୍ଭ କରିଛି ରୁଷ୍

ମସ୍କୋ: ରୁଷ୍ ଭାରତକୁ ‘ଏସ୍-୪୦୦ ଟ୍ରାଇଅମ୍ଫ୍’ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ମିସାଇଲ୍ ଯୋଗାଣ ଆରମ୍ଭ କରିଛି। ଫେଡ଼େରାଲ ସର୍ଭିସ୍ ଫର୍ ମିଲିଟାରୀ-ଟେକ୍ନିକାଲ କୋଅପରେସନ(ୠଝଗଞଉ)ର ନିର୍ଦ୍ଦେଶକ ଡ଼ିମିଟ୍ରି ସୁଗାଏଭ୍ ସମ୍ବାଦ ସରବରାହ ସଂସ୍ଥା ସ୍ପୁଟନିକକୁ କହିଛନ୍ତି।

ସୁଗାଏଭ୍ କହିଛନ୍ତି, ଭାରତକୁ ଏସ୍-୪୦୦ ଏୟାର ଡ଼ିଫେନସ୍ ସିଷ୍ଟମ ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ କାର୍ଯ୍ୟସୂଚୀରେ ଜାରି ରହିଛି। ସୂଚନାଯୋଗ୍ୟ ଯେ, ଏସ୍-୪୦୦ ସିଷ୍ଟମ୍ ପୂର୍ବରୁ ଚୀନ ଏବଂ ତୁର୍କୀ ସେନାରେ ସାମିଲ ହୋଇ ସାରିଛି। ଅକ୍ଟୋବର ୨୦୧୮ରେ ରୁଷ ଏବଂ ଭାରତ ମଧ୍ୟରେ ଏସ୍-୪୦୦ର ଯୋଗାଣ ଉପରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା।

ରୁଷର ରାଷ୍ଟ୍ରୀୟ ଅସ୍ତ୍ରଶସ୍ତ୍ର ରପ୍ତାନୀକାରୀ ‘ରୋସୋବୋରୋନେକ୍ସପୋର୍ଟର୍’ର ମୁଖ୍ୟ ଆଲେକ୍ସଜାଣ୍ଡାର୍ ମିଖିଭ୍ ଅଗଷ୍ଟ ମାସରେ ‘ସ୍ପୁୁଟନିକ୍’କୁ କହିଛନ୍ତି ଯେ, ପୂର୍ବ ଭାରତ, ଏସିଆ-ପ୍ରଶାନ୍ତ ମହାସାଗରୀୟ ଏବଂ ଆଫ୍ରିକାର ୭ଟି ଦେଶକୁ ଏସ୍-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯୋଗାଣ ଉପରେ ଆଲୋଚନା ଚାଲିଛି।

Comments are closed.