ଦିଲ୍ଲୀ:ୟୁକ୍ରେନ ଉପରେ ଋଷର ଆକ୍ରମଣ ଏବେ ଚରମସୀମାରେ ପହଂଚିଛି । ସେପଟେ ୟୁକ୍ରେନକୁ ସହାୟତା କରୁଥିବା ରାଷ୍ଟ୍ରମାନଙ୍କୁ ଶେଷ ଚେତାବନୀ ଦେଇଛି ଋଷ । ଋଷ ତରଫରୁ କୁହାଯାଇଛି କି ୟୁକ୍ରେନକୁ ଆସୁଥିବା ବିଦେଶୀ ଅସ୍ତ୍ରଶସ୍ତ୍ର ଗାଡି ଉପରେ ଋଷ ସେନା ତୀକ୍ଷ୍ନ ନଜର ରହିଛି ।
ଏନେଇ ଋଷର ବିଦେଶ ମନ୍ତ୍ରୀ ସିିୟାବକୋବ କହିଛନ୍ତି କି, ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶମାନଙ୍କୁ ଭୋଗିବାକୁ ପଡିବ । ଏହାସହ ବିଦେଶରୁ ଅସ୍ତ୍ରଶସ୍ତ୍ର ନେଇ ୟୁକ୍ରେନ ଆସୁଥିବା ଗାଡିଗୁଡିକୁ କିଭଳି ନଷ୍ଟ କରାଯିବ ତାହା ଉପରେ ଋଷସେନା ଯୋଜନା ପ୍ରସ୍ତୁତ କରିସାରିଛି ।
ସେପଟେ ଆମେରିକା ଓ ପଶ୍ଚିମଦେଶ ବିରୋଧରେ କେଉଁ କେଉଁ ପ୍ରତିବନ୍ଧକ ଲଗାଯିବ ସେନେଇ ଏକ ସୂଚୀ ପ୍ରସ୍ତୁତ କରାଯାଇଛି । ଏହା କେବଳ ଘୋଷଣା ହେବାକୁ ବାକି ରହିଛି । ଏହାସହ ୱାସିଂଟନ ଯଦି ଚାହିଁବ ତେବେ ଋଷ ଆମେରିକା ସହ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛି ।
ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ୟୁକ୍ରେନ ଏବେ ବି ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ । ୟୁକ୍ରେନ ରାଷ୍ଟ୍ରପତି ସାରା ବିଶ୍ୱକୁ ସହାୟତା ପାଇଁ ନିବେଦନ କରୁଛନ୍ତି । ଏହାରି ଭିତରେ ଋଷସେନା ୟୁକ୍ରେନର ରାଜଧାନୀ କ୍ୱିବ ଓ ଅନ୍ୟ ଏକ ସହର ଖାରକିବକୁ ଧ୍ୱଂସ କରିଦେଇଛି ।
Comments are closed.