Latest Odisha News

BREAKING NEWS

ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ୟୁକ୍ରେନରେ ଯୁଦ୍ଧ ବିରତି ଘୋଷଣା କଲା ଋଷ୍

ଦିଲ୍ଲୀ : ଋଷ୍ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ । ଏହି ଲଢେଇ ମଧ୍ୟରେ ୟୁକ୍ରେନରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅସ୍ତ୍ରବିରତି ଘୋଷଣା କରିଛନ୍ତି  ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନର ଦୁଇ ସହରରରେ ଅସ୍ତ୍ର ବିରତି ଘୋଷଣା କରିଛି ଋଷ୍ । ଭାରତୀୟ ସମୟ ଅନୁସାରେ ସାଢେ ୧୧ଟାରୁ ଦୁଇ ଘଣ୍ଟା ପାଇଁ ଅସ୍ତ୍ର ବିରତି ଘୋଷଣା କରିଛି ଋଷ୍ ।

ମାରିୟୋପୋଲ ଓ ବୋଲେନୋବାଖା  ଦୁଇ ସହରରେ ଫସିଥିବା ଭାରତୀୟ ତଥା ଅନ୍ୟ ନାଗରିକ ମାନଙ୍କୁ ଉଦ୍ଧାର ନକରିବା ଯାଏଁ ଋଷ୍ ଅସ୍ତ୍ରବିରତି ଘୋଷଣା କରିଛି । ଲୋକଙ୍କୁ ଯୁଦ୍ଧ କ୍ଷେତ୍ରରୁ ଉଦ୍ଧାର କରିବା ଲାଗି ଗ୍ରୀନ କରିଡର ମଧ୍ୟ କରାଯିବ । ଏହି ଦୁଇଟି ସହରରେ ଭରତୀୟ ଓ ଅନ୍ୟ ଦେଶର ନାଗରିକ ମାନେ ଫସି ରହିଛନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅସ୍ତ୍ରବିରତି ଘୋଷଣା କରିଛି ଋଷ୍ ।

ଗତ ୨୪ ତାରିଖରୁ ୟୁକ୍ରନ ଉପରେ ଆକ୍ରମଣ କରିଚାଲିଛି ଋଷ୍ । ୟୁକ୍ରେନର ବିଭିନ୍ନ ସହର ଉପରେ ମିଜାଇଲ ଓ ରକେଟ ମାଡ କରିଛି ଋଷ୍ । ଫଳରେ ୟୁକ୍ରେନ ବାସୀ ଏବେ ଭୟରେ ଥରହର ହେଉଛନ୍ତି ।ସେପଟେ ୟୁକ୍ରନରେ ମଧ୍ୟରେ ଫସି ରହିଥିବା ଭାରତୀୟ ନାମଗରିକଙ୍କୁ ଅପରେସନ ଗଙ୍ଗା ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ସମୟରେ ଫସିଥିବା ଅନ୍ୟାନ୍ୟ ଦେଶର ନାଗରିକଙ୍କ ପାଇଁ ଋଷ ଯୁଦ୍ଧବିରତି ଘୋଷଣା କରିଛି ।

Comments are closed, but trackbacks and pingbacks are open.