Latest Odisha News

BREAKING NEWS

ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ଉଦ୍ଧାର ପାଇଁ ଖୋଲିଲା ହେଲ୍ପ ଲାଇନ୍ ସେବା

ଭୁବନେଶ୍ୱର: ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ସହାୟତା ସେଲ । ଏହା ଦିଲ୍ଲୀ ସ୍ଥିତ ଓଡ଼ିଶା ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲା ଯାଇଛି । ଏହି ସହାୟତା କେନ୍ଦ୍ର ବିଦେଶ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ସମନ୍ୱୟ ରଖିବ । ଏଥିପାଇଁ ନୋଡାଲ ଅଫିସର ଭାବେ କମିଶନର ରବି କାନ୍ତଙ୍କୁ ନିଯୁକ୍ତ କରାଯାଇଛି । ତାଙ୍କୁ ୮୫୨୭୮୫୦୨୪୫ (ମୋବାଇଲ ଓ ହ୍ବାଟ୍ସଆପ ନମ୍ବର), ୦୧୧-୨୩୦୧୨୭୫୧ (ଲାଣ୍ଡଲାଇନ ନମ୍ବର) ଓ ଇମେଲ ଆଇଡି re.odisha@gmail.com କିମ୍ବା resem-or@nic.in  ମାଧ୍ୟମରେ ଯୋଗାଯୋଗ କରିହେବ ।

ସୂଚନାଯୋଗ୍ୟ ଯେ, ଋଷିଆ ଆକ୍ରମଣର ଶିକାର ହୋଇଥିବା ୟୁକ୍ରେନରେ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀ ଓ ପେସାଦାର କର୍ମଚାରୀ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ପ୍ରାୟ ୩ ହଜାର ଓଡ଼ିଆ ରହିଛନ୍ତି । ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାର ଉଦ୍ୟମ ଚଳାଇଛନ୍ତି ।

Comments are closed.