Latest Odisha News

କିଭରେ ଘମାଘୋଟ ଲଢେଇ : ୧୯୮ଜଣ ଲୋକଙ୍କର ମୃତ୍ୟୁ, ୧୧୧୫ଜଣ ଆହତ

ଦିଲ୍ଲୀ : କ୍ରମାଗତ ଭାବେ ଋଷ ଦୁର୍ବଳ ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି । ବୋମା ପକାଇ ବିମାନ ବନ୍ଦର ଉଡାଇ ଦେଉଛି ତ ଗୁଳିମାରି ସାଧାରଣ ଲୋକଙ୍କ ଜୀବନ ନେଉଛି । ସାଧାରଣ ନାଗରିକଙ୍କ ଜୀବନ ଅତି ଦୟନୀୟ ଅବସ୍ଥାକୁ ଆସିଯାଇଛି । ଏସବୁ ଭିତରେ କିଭ୍ ରେ ଘମାଘୋଟ ଲଢେଇ ଆରମ୍ଭ ହୋଇଯାଇଛି।

ଋଷ ଆକ୍ରମଣରେ ୟୁକ୍ରେନର ୧୯୮ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଆକ୍ରମଣରେ ୧୧୧୫ଜଣ ଆହତ ହୋଇପଡ଼ିଛନ୍ତି। ଆହତଙ୍କ ମଧ୍ୟରେ ୩୩ ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି।

Comments are closed, but trackbacks and pingbacks are open.