Latest Odisha News

BREAKING NEWS

ସୁନ୍ଦରଗଡର ୧୫ଟି ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ

ସୁନ୍ଦରଗଡ: ପ୍ରଥମ ଦିନରେ ସୁନ୍ଦରଗଡର ସମସ୍ତ ୧୭ଟି ଜୋନର ଆସିଲା ଟ୍ରେଣ୍ଡ । ମଧ୍ୟାହ୍ନ ସୁଦ୍ଧା ୧୫ଟି ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । କୋଇଡାରେ ସିପିଏମ୍ ଓ ଗୁରୁଣ୍ଡିଆରେ ଜେଏମଏମ ପ୍ରାର୍ଥୀ ଆଗୁଆ ରହିଛନ୍ତି । ସୁନ୍ଦରଗଡରେ ମୋଟ ୩୫ଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ଗତଥର ବିଜେଡି ୧୪ ଓ ବିଜେପି ୧୩ଟି ଜିତିଥିଲେ । କଂଗ୍ରେସ ୫ଟି ଜୋନରେ ଜିତିଥିଲା । ସିପିଆଇ, ସିପିଏମ ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏଁ ଜୋନ ଜିତିଥିଲେ ।

ତେବେ ଗତ ୫ ବର୍ଷରେ ସୁନ୍ଦରଗଡରେ ବିଜେଡିର ଶକ୍ତି ବଢିଛି ।  ଯୋଗେଶ ସିଂ ଓ ପ୍ରଫୁଲ୍ଲ ମାଝୀଙ୍କ ଯୋଗଦାନ ପରେ ଶକ୍ତି ବଢିଛି । ଦଳର ବହୁ ଟାଣୁଆ ନେତା ନିର୍ବାଚନ ଗଣିତକୁ ପ୍ରଭାବିତ କରିବାରେ ସକ୍ଷମ । ଆଦିବାସୀ ନେତା ମଙ୍ଗଳା କିସାନଙ୍କୁ ଦୂରେଇ ଦେବାର ପ୍ରଭାବ ପଡିପାରେ । ସାରଦା ନାୟକ ଆଉଏକ ଶକ୍ତି କେନ୍ଦ୍ର ଭାବେ ଉଭା ହେବାର ପ୍ରଭାବ ରହିବ ।

ସାରଦା ବିରୋଧୀ ନେତା ବିଜେଡି ସଫଳତାରେ ବାଧା ସୃଷ୍ଟି କରିପାରନ୍ତି । ଜିଲ୍ଲାରେ ବିଜେପିର ବଡ ଚେହେରା ପୂର୍ବତନ ମନ୍ତ୍ରୀ ଓ ସାଂସଦ ଜୁଏଲ ଓରାମ । ହେଲେ ଜିଲ୍ଲା ସ୍ୱାର୍ଥ ଆଧାରିତ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ସକ୍ରିୟତା କମ୍ ।

ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର ବିବାଦ ପରେ ପ୍ରଚାରରୁ ଦୂରରେ ଥିଲେ । ଆଗୁଆ ଜାମିନ ପାଇ ପ୍ରଚାରକୁ ଓହ୍ଲାଇବାରେ ବହୁ ବିଳମ୍ବ ହୋଇଥିଲା । ରଣନୀତିକାର ରଞ୍ଜନ ପଟେଲଙ୍କୁ ଦୂରେଇ ରଖିବାର ପ୍ରଭାବ ରହିପାରେ । କଂଗ୍ରେସ ପାଇଁ ଜିଲ୍ଲାର ବଡ ଚେହେରା ଆଦିବାସୀ ନେତା ଜର୍ଜ ତିର୍କୀ । କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ଦୁର୍ବଳ ହୋଇ ପଡିଥିବାରୁ ପ୍ରଭାବ ରହିବ ।

Comments are closed, but trackbacks and pingbacks are open.