ମସ୍କୋ:ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପୁଣି ତେଜିଛି । ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଏହାର ଜବାବ ଦେଇଛି ୟୁକ୍ରେନ । ରୁଷ ଉପରେ ପ୍ରତି ଆକ୍ରମଣ କରି ପ୍ରତିଶୋଧ ନେଇଛି । ୟୁକ୍ରେନ ଆକ୍ରମଣରେ ୨ ଶିଶୁଙ୍କ ସମେତ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ରୁଷ ଅଧିକାରୀଙ୍କ କହିବା ଅନୁଯାୟୀ, ୟୁକ୍ରେନର ଉତ୍ତର ସୀମାକୁ ଲାଗିଥିବା ବେଲଗୋରଦ ସହର ଉପରେ ବୋମାମାଡ କରିଛି ୟୁକ୍ରେନ । ଏଥିରେ ୧୧୧ ଜଣ ଆହତ ହୋଇଛନ୍ତି । ବେଲଗୋରଦ ସହର ଉପରେ ଏହା ଥିଲା ୟୁକ୍ରେନର ସବୁଠାରୁ ବଡ ଆକ୍ରମଣ ।
ମିହିଆ ସୂଚନା ଅନୁଯାୟୀ, ୟୁକ୍ରେନର ଖାରଖିଭର ମଲ୍ଟିପୁଲ ରକେଟ ଲଞ୍ଚରରୁ ମିସାଇଲ ଆକ୍ରମଣ ହୋଇଥିଲା । ବେଲଗୋରଦ ସହରର ସେଣ୍ଟ୍ରାଲ କ୍ୟାଥେଡ୍ରେଲ ସ୍କ୍ୱାୟରରେ ଥିବା ସ୍କେଟିଂ ରିଙ୍କ, ଏକ ସପିଂ ସେଣ୍ଟର, ଘରୋଇ କୋଠାକୁ ଟାର୍ଗେଟ କରିଥିଲା ୟୁକ୍ରେନ । ଏହା ପୂର୍ବରୁ ରୁଷ ସେନା ୟୁକ୍ରେନ ଉପରେ ୧୨୨ ମିସାଇଲ ଏବଂ ୩୬ ଡ୍ରୋନରେ ଆକ୍ରାମଣ କରିଥିଲା ।
ୟୁ୍କ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କହିବା ଅନୁଯାୟୀ, ରୁଷ ଆକ୍ରମଣରେ ୩୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫୯ ଜଣ ଆହତ ହୋଇଛନ୍ତି । ଜେଲେନସ୍କି ଆହୁରି କହିଥିଲେ, ଏହି ଆକ୍ରମଣରେ ୧୨୦ ସହର ଏବଂ ଗାଁ ପ୍ରଭାବିତ ହୋଇଛନ୍ତି ।
Comments are closed.