Latest Odisha News

BREAKING NEWS

ୟୁକ୍ରେନ୍‌-ଋଷିଆ ଯୁଦ୍ଧ ବିରୋଧୀ ସ୍ଲୋଗାନ ଦେଇ ଗିରଫ ହେଲେ ଋଷିୟ କଳାକାର

ରାସନ ସାମଗ୍ରୀରେ ପ୍ରାଇସ୍ ଟ୍ୟାଗ ହଟାଇ ସେ ମାରିୟୁପୋଲ୍ ଆର୍ଟ ସ୍କୁଲ ଓ ପେରେକ୍ର‌୍ୟୁଓଷ୍ଟକ୍ ସୁପର୍ ମାର୍କଟରେ ଘଟିଥିବା ବିସ୍ଫୋରଣ ବିଷୟରେ ବିବରଣୀ ଦେଇଥିଲେ

ଭୁବନେଶ୍ୱର: ଦିନକୁ ଦିନ ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ସାରା ବିଶ୍ୱରେ ଅସାନ୍ତି ବଢିବାରେ ଲାଗିଛି । ଉଭୟ ଦେଶ ତଥା ଅନ୍ୟ ଦେଶର ଲୋକେ ଯୁଦ୍ଧରେ ବିରାମ ଲଗାଇବାକୁ ଅନୁରୋଧ କରିବା ସହ ଆନ୍ଦୋଳନ କରୁଛନ୍ତି । ଏପରି ସ୍ଥିତିରେ ଯୁଦ୍ଧ ରୋକିବା ଲାଗି ଜଣେ ଋଷିୟ କଳାକାର ଅଭିନବ ଉପାୟରେ ଆହ୍ୱାନ ଦେଇ ଗିରଫ ହୋଇଛନ୍ତି ।

ରାସନ୍ ସାମଗ୍ରୀରେ ଲାଗିଥିବା ପ୍ରାଇସ୍ ଟ୍ୟାଗକୁ ହଟାଇ ଲେଖିଥିଲେ ଯୁଦ୍ଧ ବିରୋଧୀ ସ୍ଲୋଗାନ୍ । ଖାସ ଏହି କାରଣ ପାଇଁ ଋଷିୟ କଳାକାର ଆଲେଜାଣ୍ଡ୍ରାଙ୍କୁ ତାଙ୍କ ନିଜ ଦେଶର ପୋଲିସ ଗିରଫ କରିଛି । ମିଥ୍ୟା ଖବର ପ୍ରଘଟ କରିବା ଅଭିଯୋଗରେ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଯାଇଥିବା ସୂଚନା ରହିଛି ।

ୱିଅନ୍ ନ୍ୟୁଜ୍ ଅନୁଯାୟୀ ରାସନ ସାମଗ୍ରୀରେ ପ୍ରାଇସ୍ ଟ୍ୟାଗ ହଟାଇ ସେ ମାରିୟୁପୋଲ୍ ଆର୍ଟ ସ୍କୁଲ ଓ ପେରେକ୍ର‌୍ୟୁଓଷ୍ଟକ୍ ସୁପର୍ ମାର୍କଟରେ ଘଟିଥିବା ବିସ୍ଫୋରଣ ବିଷୟରେ ବିବରଣୀ ଦେଇଥିଲେ । ଏପରିକି ଆଲେକଜାଣ୍ଡ୍ରା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଋଷିଆନ୍ ଆର୍ମଡ୍ ଫୋର୍ସ ବିଷୟରେ ମଧ୍ୟ ଅନେକ ଅଜଣା କଥା ସାମ୍ନାକୁ ଆଣିଥିଲେ ।

୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ଆଲେକଜାଣ୍ଡ୍ରାଙ୍କୁ ୧୦ ହଜାର ରୁବେଲ୍ସ ଜରିମାନା ଦେବାକୁ ନିର୍ଦ୍ଦେଶ ରହିଛି । ସେଣ୍ଟ ପିଟର୍ସବର୍ଗ ସହରର ଏକ ଛୋଟ ଗାଁରୁ ଆସିଥିବା ଆଲେକଜାଣ୍ଡ୍ରାଙ୍କର ସରକାରୀ ଠିକଣା ନଥିବାରୁ ତାଙ୍କୁ ଫ୍ଲାଇଟରେ ଯାତାୟତ କରିବାକୁ ବାରଣ କରାଯାଇଛି । ତନାଘନାରୁ ଜଣାପଡିଛି ଯୁଦ୍ଧ ବିରୋଧୀ ସ୍ଲୋଗାନ୍ ଦେବାକୁ ଯାଇ ସେ ୟୁକ୍ରେନର ପତାକାକୁ ପୋଷ୍ଟକାର୍ଡ ଓ ପେଣ୍ଟିଂରେ ସ୍ଥାନ ଦେଇ ବିଭିନ୍ନ ଲୋକଙ୍କୁ ବାଣ୍ଟିଥିଲେ ।

Leave A Reply

Your email address will not be published.