Latest Odisha News

BREAKING NEWS

ଗୁଗୁଲ ଉପରେ ଜୋରିମାନା ଲଗାଇଲା ଋଷ, ବିଶ୍ବରେ ନାହିଁ ଏତେ ଟଙ୍କା

ନୂଆଦିଲ୍ଲୀ: ଗୁଗୁଲ ଉପରେ ଜୋରିମାନା ଲଗାଇଲା ଋଷ। ଗୁଗୁଲ ଉପରେ ଋଷର ଏକ କୋର୍ଟ ୨୦ ଟ୍ରିଲିୟନ ଡଲାର ଜୋରିମାନା କରିଛନ୍ତି। ଏହା ସମଗ୍ର ବିଶ୍ୱର ଜିଡିପି ୬୨୦ ଗୁଣରୁ ଅଧିକ ଅଟେ। ଏହାର ଅର୍ଥ ହେଉଛି ଯଦି ବିଶ୍ବର ସମସ୍ତ ଦେଶର ଜିଡିପିର ୬୨୦ ଗୁଣ ଯୋଗ କରାଯାଏ, ତେବେ କେବଳ ଏହି ପରିମାଣ ଜମା ହେବ।

ଗୁଗୁଲ ପକ୍ଷରୁ ୨୦୨୦ରେ ଋଷ ସମର୍ଥିତ ୧୭ଟିୟୁଟ୍ୟୁବ୍ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଚ୍ୟାନେଲମାନେ ଏହା ବିରୋଧରେ କୋର୍ଟରେ ମାମଲା ଦାୟର କରିଥିଲେ। ୨୦୨୦ରେ ଶୁଣାଣି ବେଳେ ଚ୍ୟାନେଲ ଉପରେ ପ୍ରତିବନ୍ଧକ ହଟାଯିବା ପର୍ଯ୍ୟନ୍ତ କୋର୍ଟ ଦୈନିକ ୧ଲକ୍ଷ ରୁବେଲ (ଋଷିଆ ମୁଦ୍ରା) ଜୋରିମାନା କରିଛନ୍ତି।

ଏଥିପାଇଁ ୯ମାସ ସମୟ ଦିଆଯାଇଥିଲା। ଯଦି ଏହି ସମୟ ମଧ୍ୟରେ କମ୍ପାନୀ ଜୋରିମାନା ଦେବ ନାହିଁ, ତେବେ ଏହା ପ୍ରତି ୨୪ ଘଣ୍ଟାରେ ଦ୍ୱିଗୁଣିତ ହେବ। ବର୍ତ୍ତମାନ ଏହି ଜରିମାନା ୨୯ ଟ୍ରିଲିୟନ ଡଲାରରେ ପହଞ୍ଚିଛି।

Leave A Reply

Your email address will not be published.