Latest Odisha News

BREAKING NEWS

ସରିଲା ମହାକାଶରେ ଫିଲ୍ମ ସୁଟିଂ; ପୃଥିବୀ ଫେରିଲେ ଋଷୀୟ ଟିମ୍‌

ନୂଆଦିଲ୍ଲୀ: ସରିଲା ମହାକାଶରେ ପ୍ରଥମ ଫିଲ୍ମ ସୁଟିଂ। ପୃଥିବୀ ଫେରିଲେ ଋଷୀୟ ଟିମ୍‌। ଏହି ଟିମ୍‌ରେ ଜଣେ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ମଧ୍ୟ ସାମିଲ ଅଛନ୍ତି। ଏହି ଫିଲ୍ମର ଶୁଟିଂ ପାଇଁ କର୍ମଚାରୀମାନେ ୧୨ ଦିନ ମହାକାଶରେ ରହିଥିଲେ।

‘ଦି ଚାଲେଞ୍ଜ୍‌’ ଚଳଚ୍ଚିତ୍ରର ସୁଟିଂ ପାଇଁ ଚଳିତ ମାସ ପ୍ରାରମ୍ଭରେ ଋଷୀୟ ଟିମ୍‌ ମହାକାଶ ଯାତ୍ରା କରିଥିଲେ। ପୂର୍ବତନ ସୋଭିଏତ୍‌ ଦେଶର କାଜାଖସ୍ତାନରେ ଥିବା ‘ବୈକୋନୁର୍‌ କସ୍ମୋଡ୍ରୋମ୍‌’ରୁ ୩୭ ବର୍ଷୀୟ ଅଭିନେତ୍ରୀ ୟୁଲିୟା ପେରେସିଲ୍‌ଡ୍‌ ଏବଂ ୩୮ ବର୍ଷିୟ ନିର୍ଦେଶକ କ୍ଲିମ୍‌ ସିପେଙ୍କୋ ରକେଟ୍‌ ଯୋଗେ ମହାକାଶକୁ ଯାଇଥିଲେ।

 

Leave A Reply

Your email address will not be published.