Latest Odisha News

BREAKING NEWS

ଖାରକିଭରେ ଗ୍ୟାସ ପାଇପ୍ ଲାଇନ୍ ଉଡ଼ାଇଲା ରୁଷ ସେନା

କିଭ୍(ୟୁକ୍ରେନ୍): ତୀବ୍ର ହେଉଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଜୋରଦାର ଲଢ଼େଇ ଚାଲିଛି । ରୁଷ୍ ସେନା ଆଗକୁ ଆଗକୁ ବଢୁଥିବା ବେଳେ ଅଟକାଇବା ପାଇଁ ଭରପୁର ପ୍ରୟାସ ଚଳାଇଛି ୟୁକ୍ରେନ୍ ସେନା । ଘନ ଘନ ବିସ୍ଫୋରଣ କରୁଛି ପୁଟିନ୍ ସେନା । ମିସାଇଲ୍ ମାଡ କରୁଛି । ୟୁକ୍ରେନର ଦ୍ୱିତୀୟ ବୃହତ ସହର ଖାରକିଭରେ ବିସ୍ଫୋରଣ କରି ଗ୍ୟାସ୍ ପାଇପ୍ ଲାଇନକୁ ଉଡ଼ାଇ ଦେଇଛି ପୁଟିନ୍ ସେନା ।

ୟୁକ୍ରେନ୍ ରାଜଧାନୀ କିଭ୍ ଦଖଲ ଦିଗରେ ଅଗ୍ରସର ହେଉଛି ରୁଷ୍ । ତହାକୁ ତୁହା ବିସ୍ଫୋରଣ କରୁଛି । ଆକାଶ ମାର୍ଗରୁ କରୁଛି ଘନ ଘନ ହମଲା । ଜଳପଥରୁ ବି ଆଟାକ୍ କରୁଛି ରୁଷ୍ । ୟୁକ୍ରେନକୁ ଚାରିପଟୁ ଘେରି ଆକ୍ରମଣ କରୁଛି । ମିସାଇଲ୍ ମାଡ଼ ବି କରାଯାଉଛି । ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ନିଜ ଦଖଲକୁ ନେଲାଣି ୟୁକ୍ରନେ । ଆଜି ଯୁଦ୍ଧର ଚତୁର୍ଥ ଦିନ । କଡ଼ା ମୁକାବିଲା କରୁଛି ୟୁକ୍ରେନ୍ ।

ରୁଷ ବାରମ୍ବାର ଅସ୍ତ୍ର ତ୍ୟାଗ କରିବାକୁ କହୁଛି । ଯୁଦ୍ଧ ବନ୍ଦ କରି ଆତ୍ମସମର୍ପଣ ପାଇଁ କହୁଛନ୍ତି ପୁଟିନ୍ । କିନ୍ତୁ ମୁଣ୍ଡ ନୁଆଇବା ସପକ୍ଷରେ ନାହାନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଶେଷ ଯାଏ ଲଢ଼େଇ ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି । କୌଣସି ବି ପରିସ୍ଥିତିରେ କିଭକୁ ଶତ୍ରୁଙ୍କ ହାତରେ ଟେକି ଦେବେ ନାହିଁ ବୋଲି ପଣ କରିଛନ୍ତି ।

Comments are closed, but trackbacks and pingbacks are open.