Latest Odisha News

ୟୁକ୍ରେନର ଖେରସୋନ୍ ସହରକୁ ଦଖଲରେ ନେଲା ରୁଷ୍ ସେନା

କିଭ୍(ୟୁକ୍ରେନ): ଆହୁରି ଉଗ୍ର ହେଉଛି ରୁଷ୍ । ୟୁକ୍ରେନ୍ ବିରୋଧରେ ଯୁଦ୍ଧକୁ ଜୋରଦାର କରିଛି । ତିନି ପଟରୁ ଘେରି ହମଲା କରୁଛି । ଖେରସୋନ୍ ସହରକୁ ନିଜ ଦଖଲକୁ ନେଇ ରୁଷ୍ ସେନା । ଯୁଦ୍ଧ ପରେ ପ୍ରଥମ ଥର ୟୁକ୍ରେନର କୌଣସି ସହରକୁ ନିଜ କବଜରେ ନେଇଛି ରୁଷ୍ ସୈନ୍ୟ । ଖେରସୋନକୁ ୟୁକ୍ରେନର ପୋର୍ଟ ସିଟି ବୋଲି କୁହାଯାଏ ।

ବ୍ଲାକ ସି ନିକଟରେ ରହିଛି ଖେରସୋନ୍ । ରୁଷିଆର ଆଧିପତ୍ୟ ଥିବା ୟୁକ୍ରେନର କ୍ରିମିଆ ସୀମାକୁ ଲାଗି ଖେରସୋନ୍ ରହିଛି । ଯାହା ଫଳରେ ଖେରସୋନକୁ ଅକ୍ତିଆର କରିବା ରୁଷ୍ ସେନା ପାଇଁ ସହଜ ହେଲା ।

ଖେରସୋନରେ ଗତ ଦୁଇ ଦିନ ହେବ ରୁଷ୍ ଓ ୟୁକ୍ରେନ୍ ସେନା ଭିତରେ ଘମୋଘୋଟ ଲଢ଼େଇ ଚାଲିଥିଲା ।   ଘନ ଘନ ବୋମାମାଡ଼ ଓ ଗୁଳି ବର୍ଷା କରୁଥିଲା ପୁଟିନ୍ ସେନା । ମିସାଇଲ୍ ଆଟାକି ବି ହେଉଥିଲା । ଏଥିରେ ବହୁ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି । ଶତାଧିକ ଆହତ ହୋଇଛି । ବ୍ୟାପକ ଧନସମ୍ପତ୍ତି ହାନୀ ହୋଇଛି ।

Comments are closed.