Latest Odisha News

BREAKING NEWS

ଜାତିସଂଘରେ ରୁଷ୍ ବିରୋଧରେ ସଂକଳ୍ପ: ସପକ୍ଷରେ ୧୪୧ ଭୋଟ୍, ବିରତ ରହିଲେ ଭାରତ ସମତେ ୩୫ ରାଷ୍ଟ୍ର

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ରୁଷର ଆକ୍ରମଣକୁ ନେଇ ଜାତିସଂଘରେ ନିନ୍ଦା ପ୍ରସ୍ତାବ ଆଗତ । ରୁଷ୍ ତୁରନ୍ତ ଯୁଦ୍ଧ ବନ୍ଦ କରିବା ସହ ୟୁକ୍ରେନରୁ ତୁରନ୍ତ ସେନା ପ୍ରତ୍ୟାହାର କରିବା ନେଇ ଜାତିସଂଘ ସାଧାରଣ ପରିଷଦରେ ସଂକଳ୍ପ ଗୃହୀତ ହୋଇଥିଲା । ସଂକଳ୍ପ ସପକ୍ଷରେ ୧୪୧ଟି ଭୋଟ୍ ପଡିଥିଲା । ଆମେରିକା, ବ୍ରିଟେନ୍, ଫ୍ରାନ୍ସ ଭଳି ଶକ୍ତିଶାଳୀ ରାଷ୍ଟ୍ର ସଂକଳ୍ପ ସପକ୍ଷରେ ଭୋଟ୍ ଦେଇଥିଲେ ।

ସେହିପରି ସଂକଳ୍ପ ବିରୋଧରେ ପଡ଼ିଥିଲା ୫ ଭୋଟ୍ । ତେବେ ଭୋଟଦାନରୁ ବିରତ ରହିଥିଲେ ଭାରତ, ଚୀନ୍, ପାକିସ୍ତାନ ସମେତ ୩୫ ରାଷ୍ଟ୍ର । ପ୍ରସ୍ତାବରେ ୟୁକ୍ରେନ୍ ଉପରେ ରୁଷର ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଥିଲା । ରୁଷ ଆକ୍ରମଣ ଜାତିସଂଘ ଧାରା୨(୪)ର ଉଲ୍ଲଂଘନ କରୁଛି । ତୁରନ୍ତ ୟୁକ୍ରେନରୁ ସେନା ପ୍ରତ୍ୟାହାର କରୁ ଓ ଜାତିସଂଘର କୌଣସି ସଦସ୍ୟ ରାଷ୍ଟ୍ରଙ୍କ ଉପରେ ଆକ୍ରମଣ ନକରୁ ବୋଲି ଦାବି ହୋଇଛି ।

Comments are closed, but trackbacks and pingbacks are open.