Latest Odisha News

BREAKING NEWS

ବିଶ୍ବକୁ  ଆତଙ୍କବାଦୀ ଏକ୍ସପର୍ଟ କରୁଛି ପାକିସ୍ତାନ: ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନର ଦୋମୁହାଁ ନୀତିକୁ ନେଇ ବର୍ଷିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ସେ କହିଛନ୍ତି ଭାରତ ବିଶ୍ବକୁ ଇନଫରମେସନ ଟେକ୍ନୋଲୋଜୀ ଏକ୍ସପର୍ଟ କରୁଥିବା ବେଳେ ପାକିସ୍ତାନ ବିଶ୍ବକୁ ଆତଙ୍କବାଦୀ ରପ୍ତାନୀ କରୁଛି । ବର୍ଷ ବର୍ଷ ଧରି ପାକିସ୍ତାନ ଏପରି କରିଆସୁଥିଲା । ପ୍ରଥମରୁ ଏହି କଥା କେହି ବିଶ୍ବାସ କରୁନଥିଲେ । ପଡୋଶୀର ଆତଙ୍କବାଦୀ ପୋଷା ନୀତିକୁ ଏବେ ଆମେ ପ୍ରମାଣ କରି ଦେଖାଇଛୁ ।  ପାକିସ୍ତାନର ଅସଲ ଚେହେରା ଏବେ ଧରାପଡିଯାଇଛି । ଆଉ ପାକିସ୍ତାନ ବିଶ୍ବବାସୀଙ୍କୁ ଠକିପାରୁନାହିଁ । ବିଭିନ୍ନ ଦେଶ ଏଥିପାଇଁ ପାକିସ୍ତାନ ଉପରେ ଆର୍ଥିକ କଟକଣା ଲଗାଇଛନ୍ତି ।

ଜୟଶଙ୍କର ଆହୁରି ହକିଛନ୍ତି ଯେ ବିଶ୍ବବାସୀଙ୍କୁ ଆମେ କହିଛୁ ଯେ ପାକିସ୍ତାନ ଏବେ ଆମ ଉପରେ ଆତଙ୍କବାଦ ପ୍ରୟୋଗ କରୁଛି ଆଗକୁ ଆପଣମାନଙ୍କ ଉପରେ ମଧ୍ୟ ପ୍ରୟୋଗ କରିପାରେ । ଫଳରେ ପାକିସ୍ତାନର ଅସଲ ଚେହେରା ପଦାରେ ପଡିଯାଇଛି । ବିଶ୍ବରେ ଏଥିପାଇଁ ପାକିସ୍ତାନକୁ ବହୁ ମୂଲ୍ୟ ଦେବାକୁ ପଡୁଥିବା ସେ କହିଛନ୍ତି ।

ଋଷ ୟୁକ୍ରେନ ଯୁଦ୍ଧକୁ ନେଇ ଜୟଶଙ୍କର କହିଛନ୍ତି ଯେ ଏହାଦ୍ବାରା ତୈଳ ଦର ବୃଦ୍ଧି ପାଉଛି । ଯୁଦ୍ଧର ପରିଣାମ ଭୟଙ୍କର । ସାଧାରଣ ଲୋକ ଏହାଦ୍ବାରା ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି ।

Leave A Reply

Your email address will not be published.