Latest Odisha News

BREAKING NEWS

ଆମେରିକାର ଡ୍ରୋନକୁ ମାରି ଖସାଇ ଦେଲା ଋଷ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ବେଳେ ଆମେରିକା ସହିତ ଋଷର ବିବାଦ ରହିଛି। ଏହି ସମୟରେ ଆମେରିକାର ଏକ ଡ୍ରୋନକୁ ମାରି ଖସାଇ ଦେଇଛି ଋଷର ଏସୟୁ-27 ଯୁଦ୍ଧ ବିମାନ। ବ୍ଲାକ ସି ବା କଳା ସାଗର ଉପରେ ଏକ ଆମେରିକୀୟ ଡ୍ରୋନ୍ ତଳକୁ ଖସାଇ ଦେଇଛି ପୁଟିନ ସେନା। ଆମେରିକା ସେନା ଦେଇଥିବା ସୂଚନା ଅନୁଯାୟୀ, ଋଷର ଜେଟ ଆମେରିକୀୟ ଡ୍ରୋନ୍ ସହିତ ମୁହାଁମୁହିଁ ଧକ୍କା ଦେଇଥିଲା।

ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ପରିଚିତ ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ ଆମେରିକାର ବାୟୁସେନାର MQ-9 ରେପର୍ ଡ୍ରୋନର ଚାଳକକୁ କ୍ଷତି ପହଞ୍ଚାଇବା ପରେ ମଙ୍ଗଳବାର ଋଷର ଏକ ଯୁଦ୍ଧ ବିମାନ କଳା ସାଗର ଉପରେ ଡ୍ରୋନ୍‌କୁ ଖସାଇ ଦେଇଛି।

ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ ଗସ୍ତ କରିଥିଲେ। ଏହାପରେ ଆମେରିକା ଏବଂ ଋଷ ମଧ୍ୟରେ ଥିବା ତିକ୍ତତା ଆଉ ଟିକିଏ ବଢ଼ିଛି। ସେହିପରି ଚୀନ୍ ମଧ୍ୟ ଋଷ ସମର୍ଥନରେ ଛିଡ଼ା ହୋଇଛି। ଏବେ ବିଶ୍ବ କୂଟନୀତି ଦୃଷ୍ଟିରୁ ଆମେରିକା ବିରୋଧରେ ରହିଛନ୍ତି ବିଶ୍ବର ଅନ୍ୟତମ ଦୁଇ ଶକ୍ତିଶାଳୀ ପ୍ରମୁଖ ଦେଶ ଚୀନ୍ ଏବଂ ଋଷ। ଆଗକୁ ତୃତୀୟ ବିଶ୍ବଯୁଦ୍ଧର ଆଶଙ୍କା ଭିତରେ ଏବେ ଋଷ ଏବଂ ଆମେରିକାର ଯୁଦ୍ଦ ବିମାନ ମଧ୍ୟରେ ଟକରା ଟକରି ହେବା ସମଗ୍ର ବିଶ୍ବର ଜିଓ ପଲିଟିକ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ।

Leave A Reply

Your email address will not be published.