Latest Odisha News

BREAKING NEWS

ଝିଅଙ୍କୁ ମନା : ଏଠି ପୁଅମାନେ ବ୍ରା, ନାଇଟ୍ ପିନ୍ଧି କରନ୍ତି ମଡେଲିଂ

ଚୀନ୍ : ଜଣେ ପୁଅ ମହିଳାଙ୍କ ପୋଷାକ ହେଉ ବା ଅନ୍ତବସ୍ତ୍ର ପିନ୍ଧିଥିବାର ଦେଖନ୍ତି ତେବେ ଆପଣଙ୍କ ମୁହଁରେ ଟିକେ ହସ ଆସିବ । ଏହି ଦୃଶ୍ୟକୁ କଳ୍ପନା କରିବା ଆମ ପାଇଁ ଅଜବ ଲାଗିପାରେ । କିନ୍ତୁ ଏପରି ଏକ ଦେଶ ଅଛି ଯେଉଁଠାରେ ପୁରୁଷମାନେ ମହିଳାଙ୍କ ଅନ୍ତବସ୍ତ୍ର ଏବଂ ନାଇଟ୍ ପିନ୍ଧିବାର ଦେଖିବାକୁ ମିଳିଥାନ୍ତି । ଏପରି ଦେଖିବାକୁ ମିଳେ ପଡୋଶୀ ଦେଶ ଚୀନ୍‌ରେ, ଯେଉଁଠାରେ ପୁଅମାନେ ଅନଲାଇନ୍ ଷ୍ଟ୍ରିମିଂରେ ଏହା କରୁଥିବା ଦେଖାଯାଏ ।

ଆଜିର ସମୟରେ ସୋସିଆଲ ମିଡିଆ ଏକ ବଡ ପ୍ଲାଟଫର୍ମ, ଯେଉଁଥିରେ ଲୋକମାନେ ଉତ୍ପାଦ ବିକ୍ରି କରିବାକୁ ପସନ୍ଦ କରୁଛନ୍ତି । ଚୀନ୍‌ରେ ମହିଳାଙ୍କ ଅନ୍ତ୍ରବସ୍ତ୍ର ବା ରାତି ପିନ୍ଧା ଡ୍ରେସର ବିଜ୍ଞାପନ ମହିଳାମାନେ କରିବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ମହିଳାମାନଙ୍କ ଅନ୍ତବସ୍ତ୍ର ବିକ୍ରୟ କରୁଥିବା କମ୍ପାନୀଗୁଡିକର ବ୍ୟବସାୟକୁ ଏହା ପ୍ରଭାବିତ କରୁଛି । ଏହି ପ୍ରତିବନ୍ଧକଗୁଡିକର ମୁକାବିଲା କରିବା ପାଇଁ କମ୍ପାନୀଗୁଡିକ ଏକ ଅଦ୍ଭୁତ ଉପାୟ ଆପଣାଇଛନ୍ତି ।

ଲାଇଭ୍ ଷ୍ଟ୍ରିମ୍ ବ୍ୟବସାୟ ଚୀନ୍‌ରେ ଏକ ବଡ଼ ବହୁଳ ଆଦୃତ । ପୋଷାକଠାରୁ ଆରମ୍ଭ କରି ମେକଅପ୍ ଜିନିଷ, ଖାଦ୍ୟ ଏବଂ ପାନୀୟ ସାମଗ୍ରୀ ମଧ୍ୟ ଏଠାରେ ବିକ୍ରି ହୁଏ । ଏନେଇ ସରକାରଙ୍କ ପକ୍ଷରୁ କଡ଼ା ନିୟମ ଲାଗୁ କରାଯାଇଛି । ଏହି ନିୟମ ଅନୁଯାୟୀ, ଲାଇଭ ଷ୍ଟ୍ରିମରେ ଅନ୍ତବସ୍ତ୍ର ପିନ୍ଧି ପ୍ରଚାର କରୁଥିବା ମହିଳାମାନଙ୍କୁ ମଧ୍ୟ ଏଠାରେ ନିଷେଧ କରାଯାଇଛି । ଯେହେତୁ ଏହିସବୁ କମ୍ପାନୀଗୁଡିକ ସିଧାସଳଖ ସରକାରଙ୍କୁ ଚ୍ୟାଲେଞ୍ଜ କରିପାରି ନ ଥିଲେ, ତେଣୁ ମହିଳାଙ୍କ ବଦଳରେ ସେମାନେ ବ୍ରା-ପ୍ୟାଣ୍ଟି ଏବଂ ନାଇଟ୍ ପିନ୍ଧି ପୁରୁଷମାନଙ୍କୁ ମଡ଼େଲ ସଜ୍ଜଉଛନ୍ତି ।

କମ୍ପାନୀ ପକ୍ଷରୁ କୁହାଯାଇଛି, ଏହି ନିୟମ ବହୁତ କଠୋର ଥିବାରୁ ସେମାନଙ୍କର ଅନ୍ୟ କୌଣସି ବିକଳ୍ପ ନାହିଁ । ଚୀନ୍‌ର ନିୟମ ଅନୁଯାୟୀ, ମହିଳାମାନେ କୌଣସିି ଉତ୍ତେଜକ ପୋଷାକ, ଅନ୍ତବସ୍ତ୍ର କିମ୍ବା ସର୍ଟ ସ୍କର୍ଟ ପିନ୍ଧି ଲାଇଭ୍ ଆସିପାରିବେ ନାହିଁ, ସେହିପରି ପୁରୁଷମାନଙ୍କୁ ମଧ୍ୟ ଟପଲେସ୍ ଦେଖାଯିବାକୁ ବାରଣ କରାଯାଇଛି ।

Leave A Reply

Your email address will not be published.