Latest Odisha News

BREAKING NEWS

ପାରାଚୁଟରେ ଓହ୍ଲାଇ ଖାରକିଭର ହସ୍ପିଟାଲରେ ଆକ୍ରମଣ କଲା ରୁଷ ସେନା

ଖାରକିଭ(ୟୁକ୍ରେନ୍): ୟୁକ୍ରେନ-ରୁଷ ଭିତରେ ସାତ ଦିନ ହେଲା ଘମାଘୋଟ ଯୁଦ୍ଧ ଚାଲିଛି । ଚାରିପଟରୁ ୟୁକ୍ରେନ ଉପରେ ହମଲା କରୁଛି ରୁଷ ସେନା । ତୁହାକୁ ତୁହା ବିସ୍ଫୋରଣ ସାଙ୍ଗକୁ ମିସାଇଲ୍ ମାଡ଼ କରୁଛି । ଖାରକିଭକୁ ନିଜ ଦଖଲରେ ନେବାକୁ ରୁଷ ସେନା ଆକ୍ରମଣ ଜାରି ରଖିଛି ।

ଆଜି ଲଢୁଆ ଯୁଦ୍ଧ ବିମାନରୁ ପାରାଚୁଟ୍ ଯୋଗେ ଓହ୍ଲାଇ ଖାରକିଭର ପୂର୍ବାଞ୍ଚଳରେ ଥିବା ଗୋଟିଏ ହସ୍ପିଟାଲରେ ହମଲା କରିଛନ୍ତି ରୁଷ ସୈନ୍ୟ । ସେମାନଙ୍କୁ କଡ଼ା ମୁକାବିଲା କରୁଛନ୍ତି ୟୁକ୍ରେନ ସୈନିକ । ହସ୍ପିଟାଲରେ ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ଓ କ୍ଷୟକ୍ଷତି ବାବଦରେ କୌଣସି ସୂଚନା ମିଳିନାହିଁ ।

ଲଗାତାର ବିସ୍ଫୋରଣ ଓ ମିସାଇଲ୍ ମାଡ଼ ଜାରି ରଖିଛି ପୁଟିନ୍ ସେନା । ଏହାରି ଭିତରେ ୟୁକ୍ରେନର ଖେରସେନକୁ ନିଜ କବଜାକୁ ନେଇଛି । ଏବେ ଖାରକିଭ୍ ଦଖଲ ପାଇଁ ଜୋରଦାର ଆକ୍ରମଣ କରୁଛି ରୁଷ୍ ସୈନା । କିଭ୍ ଦଖଲ ଅଭିମୁଖେ ଅଗ୍ରସର ହେଉଛନ୍ତି । ରୁଷ ସୈନିକଙ୍କୁ ଅଟକାଇବା ପାଇଁ ଲଢ଼େଇ ଜାରି ରଖିଛି ୟୁକ୍ରେନ୍ ।

Comments are closed, but trackbacks and pingbacks are open.