Latest Odisha News

BREAKING NEWS

ଟିକଟ ପାଇଁ ଅଥୟ ହେଲେଣି ଆଶାୟୀ ,୨ ଦିନ ଭିତରେ ବିଜେଡି ଟିକଟ ଘୋଷଣା

ଭୁବନେଶ୍ୱର :ସରିଲା ଗାଁ ଭୋଟ ଏବେ ପୌର ନିର୍ବାଚନ ଚିନ୍ତା । ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାଠାରୁ ଆଶାୟୀଙ୍କ ନିଦ ହଜି ଯାଇଛି । ଟିକଟ ଆଶାରେ ଆଶାୟୀ ମାନେ ବ୍ୟସ୍ତ ହୋଇପଡିଲେଣି । ଏନେଇ ବିଧାୟକଙ୍କ ଘର ଶହ ଶହ ବାୟୋଡାଟା ଦେଇ ନେହୁରା ହେଉଛନ୍ତି ପ୍ରାର୍ଥୀ ମାନେ । ନାମାଙ୍କନ ଜେତିକି ପାଖେଇ ଆସୁଛି ।

ଆଶାୟୀଙ୍କ ଆଂକାକ୍ଷା ,ଉତ୍କଣ୍ଠା ସେତିକି ବଢୁଛି ।ଟିକେଟ ପାଇବା ଆଶାରେ ବିଳକ ହୋଇ ନେତାଙ୍କ ଘରେ ଚକ୍କର କାଟୁଛନ୍ତି ଆଶାୟୀ ପ୍ରାର୍ଥୀମାନେ । ପ୍ରତି ୱାର୍ଡରେ ୬ରୁ ୭ ଜଣ ଆଶାୟୀ ପ୍ରାର୍ଥୀ ଅନାଇ ବସିଛନ୍ତି । ସୁପ୍ରିମୋଙ୍କ ପାଖକୁ ସର୍ବାଧିକ ଦୁଇରୁ ତିନ ଜଣା ପ୍ରାର୍ଥୀଙ୍କ ନାଁ ପଠାଇବାକୁ ବିଧାୟକଙ୍କୁ କୁହାଯାଇଥିଲା ।

ହେଲେ ଏତେ ସଂଖ୍ୟକ ଆଶାୟୀଙ୍କୁ ନେଇ ଏବେ ଚିନ୍ତାରେ ପଡିଯାଇଛନ୍ତି ବିଧାୟକମାନେ । ହେଲେ ଭିତିରୁଆ ଖବର ଆସୁଛି କି ପ୍ରାର୍ଥୀ ମାନଙ୍କ ମନ ବୁଝାଇବା ପାଇଁ ଏହି ବାୟୋଡାଟା ମଗାଯାଉଛି । ନେତାଙ୍କ ପାଖରେ ଆଖି ପକାଇବାକୁ ସମୟ ନାହିଁ । ବିଧାୟକ ମାନେ ଯେଉଁ ତିନିଜଣଙ୍କ ନାଁ ଉପରକୁ ପଠାଇଛନ୍ତି । ସେଥିମଧ୍ୟରୁ ନାଁ ଘୋଷଣା ହେବ ବୋଲି ଜଣାପଡିଛି । ଆସନ୍ତା ୨ ଦିନ ଭିତରେ ବିଜେଡି ଟିକେଟ ଘୋଷଣା ହେବ ବୋଲି ବିଶେଷ ସୁତ୍ରରୁ ସୂଚନା ମିଳିଛି ।

Comments are closed, but trackbacks and pingbacks are open.