Latest Odisha News

୨୮ ଜଣଙ୍କୁ ନେଇ ଯାଉଥିବା ଯାତ୍ରୀବାହୀ ବିମାନ ନିଖୋଜ

ନୂଆଦିଲ୍ଲୀ:  ପ୍ରାୟ ୨୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ମଝି ରାସ୍ତାରେ ନିଖୋଜ ହୋଇଯାଇଛି। ଏହାପରେ ପୁଣି ଏକ ବିମାନ ଦୁର୍ଘଟଣା ନେଇ ଆଶଙ୍କା କରାଯାଉଛି। ମଙ୍ଗଳବାର ରୁଷରେ ଏହି ବିମାନ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ଏ ନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି।

ରୁଷର An-26 ବିମାନଟି ୨୨ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟଙ୍କୁ ନେଇ ପେଟ୍ରୋପାଭ୍ଲୋଭସ୍କ-କାମଛାଟ୍‌ସ୍କାଏ ସହରରୁ ଉପଦ୍ୱୀପର ଉତ୍ତର ଭାଗରେ ଥିବା ପାଲାନାକୁ ଯାଉଥିଲା। ରିପୋର୍ଟ ଅନୁଯାୟୀ ବିମାନରେ ୨୯ ଜଣ ଲୋକ ଥିଲେ।

ଅଧିକାରୀଙ୍କ କହିବା ଅନୁଯାୟୀ ଅଧା ରାସ୍ତାରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହା ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା। ଏହାକୁ ନେଇ ଏକ ତଦନ୍ତ ଆରମ୍ଭ ହୋଇଛି ଏବଂ ଏକ ସର୍ଚ୍ଚ ମିଶନ ଜାରି ରହିଛି।

Comments are closed.