Latest Odisha News

BREAKING NEWS

ଡିସେମ୍ବର ୬ ତାରିଖରେ ଭାରତ ଆସିପାରନ୍ତି ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

ଦିଲ୍ଲୀ : ଭାରତ ଆସିପାରନ୍ତି ଋଷ୍ ରଷ୍ଟ୍ରପତି। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ପ୍ରଥମ ସପ୍ତାହରେ ଭାରତ ଆସିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଡିସେମ୍ବର ୬ ତାରିଖରେ ଭାରତ ଋଷ୍ ମଧ୍ୟରେ ହେବାକୁ ଥିବା ବାର୍ଷିକ ଶିଖର ବୈଠକରେ ଯୋଗ ଦେବାକୁ ଋଷ୍ ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଆସିପାରନ୍ତି ବୋଲି ସୂଚନା ମିଳିଛି।

ଏହି ଦିନିକିଆ ଗସ୍ତରେ ସେ ଭାରତ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ। ଋଷ୍ ଏବଂ ଭାରତ ମଧ୍ୟରେ ରାଜିନାମା ସ୍ୱାକ୍ଷର କରାଯିବାର କାର୍ଯ୍ୟକ୍ରମ ଅଛି।ଏହି ବର୍ଷ ଶେଷ ସୁଦ୍ଧା ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଭାରତରେ ପହଁଞ୍ଚୁଥିବା ବେଳେ ଏହି ବିଷୟ ନେଇ ମୋଦି ଓ ଭ୍ଲାନ୍ଦମିର ପୁଟିନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି।

୨୦୧୮ ରେ ବାର୍ଷିକ ଶିଖର ବୈଠକରେ ଯୋଗଦେବା ପାଇଁ ପୁଟିନ ଭାରତ ଆସିଥିଲେ। ତାଙ୍କର ଗସ୍ତ ସମୟରେ ଭାରତ ଋଷ୍ ମଧ୍ୟରେ ଏସ୍ -୪୦୦ ମିସାଇଲ ସିଷ୍ଟମ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଯଦି ଋଷ୍ ରଷ୍ଟ୍ରପତି ଭ୍ଲାନ୍ଦମିର ପୁଟିନ ଭାରତ ଗସ୍ତରେ ଆସନ୍ତି ଏହା ତାଙ୍କର ଦ୍ୱିତୀୟ ଗସ୍ତ ହେବ।

Leave A Reply

Your email address will not be published.