Latest Odisha News

ଦ୍ୱିତୀୟ ଡ଼ୋଜ୍ ଟିକା ନେବାର ୬ମାସ ପରେ ନେଇପାରିବେ ବୁଷ୍ଟର ଡ଼ୋଜ୍

ଦିଲ୍ଲୀ: ଦ୍ୱିତୀୟ ଡ଼ୋଜ୍ ଟିକା ନେବାର ୬ମାସ ପରେ ବୁଷ୍ଟର ଡ଼ୋଜ୍ ନେଇପାରିବେ। ଏହା ହେଉଛି ଉତ୍କୃଷ୍ଟ ସମୟ ବୋଲି କହିଛି ଭାରତ ବାୟୋଟେକ୍। ଭାରତ ବାୟୋଟେକର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଣା ଏଲ୍ଲା ବୁଧବାର ଦିନ ଏକ ସମ୍ମିଳନୀରେ କହିଛନ୍ତି, ଏ ସମ୍ପର୍କରେ ସରକାର ଅନ୍ତିମ ନିଷ୍ପତି ନେବେ। ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କୋଭାକ୍ସିନ ଟିକା ନେଇ ଦେଶର ବିଜ୍ଞାନ, ଗବେଷଣା ଉପରେ ବିଶ୍ୱାସ ସୃଷ୍ଟି କରିଛନ୍ତି। ଏହାସହ ନାଜାଲ ଟିକା ଉପରେ ଭାରତ ବାୟୋଟେକ୍ କାମ କରୁଥିଲା ବୋଲି ସ୍ପଷ୍ଟ କରିଛନ୍ତି।

ପ୍ରଥମେ କୋଭାକ୍ସିନର ପ୍ରଥମ ଡ଼ୋଜ୍ ନେବା ପରେ ଦ୍ୱିତୀୟ ଡ଼ୋଜଭାବେ ନାଜାଲ ଟିକା ନେଲେ ଅଧିକ ଫଳପ୍ରଦ ହେବ ବୋଲି ମତ ରଖିଛନ୍ତି ଭାରତ ବାୟୋଟେକ୍ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ କ୍ରୀଷ୍ଣା ଏଲ୍ଲା। ନାଜାଲ ଟିକାର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ ହୋଇଥିବାବେଳେ ସେ ସମ୍ପର୍କିତ ତଥ୍ୟକୁ ବିଶ୍ଲେଷଣ କରାଯାଉଥିବା ସେ କହିଛନ୍ତି।

ଏହାଦ୍ୱାରା ଟିକା ନେଇଥିବା ଲୋକଙ୍କୁ ମାସ୍କ ପିନ୍ଧିବାର ଆବଶ୍ୟକତା ରହିବ ନାହିଁ। ଜିକା ଭାଇରସ ପାଇଁ ମଧ୍ୟ ଭାରତ ବାୟୋଟେକ୍ ଟିକା ପ୍ରସ୍ତୁତ କରୁଛି। ଟିକାର ପ୍ରଥମ ଫେଜ୍ ଶେଷ ହୋଇଛି। ଦେଶର ପ୍ରଥମ କମ୍ପାନୀଭାବେ ଭାରତ ବାୟୋଟେକ୍ ଏହି ଟିକା ଆଣିବ ବୋଲି କ୍ରୀଷ୍ଣା ଏଲ୍ଲା କହିଛନ୍ତି।

Leave A Reply

Your email address will not be published.