Latest Odisha News

BREAKING NEWS

ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ହୃଦଘାତ: ଶୋଇବା ଘର ଚଟାଣରେ ପଡିଥିଲେ

ମସ୍କୋ:ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଦୀର୍ଘମାସ ଧରି ଅନେକ କଥା ଶୁଣିବାକୁ ମିଳେ । ଏମିତି ସ୍ଥିତିରେ ପୁଟିନଙ୍କୁ ହୃଦଘାତ ହୋଇଥିବା ଖବର ଶୁଣିବାୁ ମିଳିଛି । ଏହି ଖବର ଟେଲିଗ୍ରାମ ଗ୍ରୁପ ଜେନେରାଲ ଏସବିଆରଙ୍କ ସୂତ୍ରରୁ ଜାଣିବାକୁ ମିଳିଛି । ଏହି ସଂଗଠନ ପକ୍ଷରୁ କୁହାଯାଇଛି, ଘଟଣା ବିଷୟରେ ଅଧିକ ଜାଣିବା ପାଇଁ ଗୁଇନ୍ଦା ଅଧିକାରୀ ଏବଂ କ୍ରମେଲିନ ଅଧିକାରୀଙ୍କଠରୁ ତଥ୍ୟ ସଂଗ୍ରହ କରାଯାଉଛି ।

ଟେଲିଗ୍ରାମ ଗ୍ରୁପର ଏହି ଖବରକୁ ବ୍ରିଟାନୀ ନ୍ୟୁଜ, ଆଉଟଲେଟ୍ସ ଦ ମିରର, ଜିବି ନିଉଜ, ଦ ଏକ୍ସପ୍ରେସ ଛାପିଛନ୍ତି । ଏହି ତଥ୍ୟ ଅନୁଯାୟୀ, ପୁଟିନ  ରବିବାର ରାତି ପ୍ରାୟ ୯.୦୫ରେ ହୃଦଘାତର ଶିକାର ହୋଇଥିଲେ ।   ସେ ବେଡରୁମରେ ଥିବବେଳେ ହୃଦଘାତ ହୋଇଥିଲା ଏବଂ  ଖାଦ୍ୟପଦାର୍ଥ ରଖାଯାଇଥିବା ସ୍ଥାନରେ ସେ ପଡି ଯାଇଥିଲେ ।

ସୂଚନାଥାଉ କି, ୭୧ ବର୍ଷୀୟ ଏହି ନେତା ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଚର୍ଚ୍ଚା ହୋଇ ଆସୁଛି ।

Leave A Reply

Your email address will not be published.