Latest Odisha News

BREAKING NEWS

ଗୁଲମାର୍ଗରେ ହିମସ୍ଖଳନ କାରଣରୁ ଜଣେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ, ୬ଜଣ ସୁରକ୍ଷିତ ଉଦ୍ଧାର

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଗୁଲମାର୍ଗରେ ଏବେ ଭାରୀ ତୁଷାରପାତ କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଏପରି ସ୍ଥିତିରେ ଭାରୀ ତୁଷାରପାତ ଆଜି ଗୁଲମାର୍ଗରେ ହିମସ୍ଖଳନ ହୋଇଛି । ସେଥିରେ ୮ଜଣ ଋଷୀୟ ପର୍ଯ୍ୟଟକ ଫସି ରହିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ବାକି ୬ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଏବେବି ଜଣେ ପର୍ଯ୍ୟଟକ ନିଖୋଜ ଅଛନ୍ତି । ଉଦ୍ଧାର ପାଇଁ ସେନା ହେଲିକପ୍ଟର ନିୟୋଜିତ କରାଯାଇଛି ।

ସୂଚନା ଅନୁସାରେ, ଆଜି ୨.୩୦ ପାଖାପାଖି ଗୁଲମାର୍ଗରେ ଆଫରୱାଟ ଶିଖରର ଖିଲନମାର୍ଗରେ ହୁମସ୍ଖଳନ ହୋଇଥିଲା । ଏଥିରେ ୮ଜଣ ପର୍ଯ୍ୟଟକ ଫସିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଘଟଣାରେ ଜଣେ ଏବେବି ନିଖୋଜ ଅଛନ୍ତି । ତାଙ୍କୁ ଖୋଜାଖୋଜି ଚାଲିଛି । ବାରାମୂଳା ପୋଲିସ, ୧୮ଆର୍‌ଆର୍ , ଏଚଏଡବ୍ଲ୍ୟୁୟୁଏସ୍ ଓ ସ୍ଥାନୀୟ ଲୋକ ଏବେ ସେଠାରେ ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି । ଉଦ୍ଧାର ପାଇଁ ସେନା ହେଲିକପ୍ଟର ନିୟୋଜିତ ହୋଇଛି ।

ସୂଚନାଯୋଗ୍ୟ ଯେ, ଫେବୃଆରୀ ଆରମ୍ଭରୁ ଜାମ୍ମୁ କାଶ୍ମୀର ସମେତ ସେଠାକାର ଅନେକ ଅଞ୍ଚଳରେ ପ୍ରବଳ ତୁଷାରପାତ ହେଉଛି । ଯେଉଁଥିପାଇଁ ଦେଶ ବିଦେଶରୁ ପ୍ରବଳ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ସେପଟେ ଭାରୀ ତୁଷାରପାତ କାରଣରୁ ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥ ଚାରି ଦିନ ହେବ ବନ୍ଦ ରହିଛି । ରାମବନ- ବନିହାଲ ସେକ୍ଟରରେ ସ୍ଥାନେ ସ୍ଥାନେ ପାହାଡ ଧସିବା କାରଣରୁ ଯାତାୟତ ପୁରା ବନ୍ଦ ହୋଇଯାଇଛି ।

 

Leave A Reply

Your email address will not be published.