Latest Odisha News

ଏହି ଗାଁରେ ଲିଭ୍-ଇନରେ ରହିବା ପରେ ହୁଏ ବାହାଘର,ମହିଳାମାନେ କରନ୍ତି ସ୍ଵୟମ୍ବର

ଅହମ୍ମଦାବାଦ: ଆମ ଦେଶରେ ଅନେକ ରାଜ୍ୟ ଅଛି ଯେଉଁଠାରେ ଲିଭ୍-ଇନ୍ ସମ୍ପର୍କକୁ ପ୍ରଶୟ ଦିଆଯାଏ ନାହିଁ । ଲିଭ-ଇନ୍ ସମ୍ପର୍କକୁ ଧାର୍ମିକ ଏବଂ ସାମାଜିକ ସଂଗଠନ ଦ୍ଵାରା ବିରୋଧ କରାଯାଏ । କିନ୍ତୁ ଆପଣ ଜାଣନ୍ତି କି ଆମ ଦେଶରେ ଏପରି ଏକ ଜନଜାତି ଅଛନ୍ତି ଯେଉଁଠାରେ ବିବାହ ପୂର୍ବରୁ ଉଭୟ ପୁଅ ଝିଅ ଲିଭ୍-ଇନ୍ ସମ୍ପର୍କରେ ରହିବା ସେମାନଙ୍କ ଅତ୍ୟନ୍ତ ସାଧାରଣ ଅଟେ । ଯଦି ପରସ୍ପର ସହ ଏକାଠି ରହିବା ପରେ ସେ ନିଜ ସାଥୀଙ୍କୁ ପସନ୍ଦ କରନ୍ତି ନାହିଁ ତେବେ ସେ ଅନ୍ୟ ପୁରୁଷଙ୍କ ସହ ବିବାହ ମଧ୍ୟ କରିପାରିବେ ।

ରାଜସ୍ଥାନର ଉଦୟପୁର, ସିରୋହି ଏବଂ ପାଲି ଜିଲ୍ଲା ତଥା ଗୁଜୁରାଟର ପାହାଡିଆ ଅଞ୍ଚଳରେ ରହୁଥିବା ଗରାସିୟା ଜନଜାତିଙ୍କ ଭିତରେ ଲିଭ୍-ଇନ୍ ରେ ରହିବା ଅତି ସାଧାରଣ କଥା । ଏହି ଜନଜାତିର ମହିଳାମାନେ ବିବାହ ପୂର୍ବରୁ ନିଜ ପସନ୍ଦର ପୁରୁଷ ସହିତ ରହିଥାଆନ୍ତି । ଏପରି ପରିସ୍ଥିତିରେ ଯଦି ବା ସେ କୌଣସି ସନ୍ତାନ ଜନ୍ମ କରନ୍ତି ଏବଂ ଜନ୍ମ ପରେ ଯଦି ସେ ସେହି ପୁରୁଷକୁ ଛାଡି ଅନ୍ୟ କାହାକୁ ବିବାହ କରିବାକୁ ଚାହାଁନ୍ତି, ତେବେ ମଧ୍ୟ ସେ ତାହା କରିପାରିବେ । ଏହିପରି ଭାବରେ ସେମାନେ ସେମାନଙ୍କ ଜୀବନ ପାଇଁ ଏକ ଉତ୍ତମ ସାଥୀ ବାଛି ଥାଆନ୍ତି ।

ଏଥିରୁ ଏହା ପ୍ରମାଣିତ ହୁଏ ଯେ, ଗରାସିୟା ଜନଜାତିର ମହିଳାମାନେ ନିଜ ପସନ୍ଦର ପୁରୁଷ ବାଛିବା ପାଇଁ ସମ୍ପୂର୍ଣ୍ଣ ଅଧିକାର ପାଇଥାଆନ୍ତି । ଏପରି ପରିସ୍ଥିତିରେ, ଯଦି ଏକ ଦମ୍ପତି ଏକାଠି ରହିବା ପରେ ବିବାହ କରିବାକୁ ଚାହାଁନ୍ତି, ତେବେ ଦୁଇ ଦିନ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ଏଥିରେ ଯୁବକ ଓ ଯୁବତୀମାନେ ଗୋଟିଏ ସ୍ଥାନରେ ଏକାଠି ହୁଅନ୍ତି । ଆଉ ସେଠାରେ ସେ ପସନ୍ଦ କରୁଥିବା ପୁରୁଷ କିମ୍ବା ସ୍ତ୍ରୀ ସହିତ ଧିରେ ଧିରେ ରହିବାକୁ ଆରମ୍ଭ କରନ୍ତି । ତା’ପରେ ଯଦି ସେମାନେ ବିବାହ କରିବାକୁ ଚାହାଁନ୍ତି, ତେବେ ସେମାନେ ବିବାହ କରିପାରିବେ କିମ୍ବା ବିବାହ ନକରି ମଧ୍ୟ ପରସ୍ପର ସହିତ ରହିପାରିବେ ।

Leave A Reply

Your email address will not be published.