Latest Odisha News

ରୁଷୀୟ ଚନ୍ଦ୍ରଯାନ ଲୁନା-୨୫ରେ ଜରୁରୀକାଳୀନ ସ୍ଥିତି: ଶେଷ ମୁହୁର୍ତ୍ତରେ ପ୍ରଯୁକ୍ତିଗତ ତ୍ରୁଟି

ମସ୍କୋ: ଋଷର ମୁନ୍ ମିଶନ୍ ‘ଲୁନା-୨୫ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଚନ୍ଦ୍ରପୃଷ୍ଠରେ ଏହାର ଅବତରଣ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଲୁନା-୨୫ ଅଟୋମେଟିକ୍ ଅନବୋର୍ଡ କମ୍ପ୍ୟୁଟରରେ ଜରୁରୀକାଳୀନ ସ୍ଥିତି ଦେଖାଦେଇଛି ବୋଲି ଋଷ ମହାକାଶ ଏଜେନ୍ସି ‘ରସକସମସ୍’ ପକ୍ଷରୁ ସୂଚନା ମିଳିଛି ।

ରସକସମସ କହିଛି ପ୍ରୋବକୁ ପ୍ରାକ ଅବତରଣକାଳୀନ କକ୍ଷପଥକୁ ପରିବର୍ତ୍ତନ କରିବା ଲାଗି ଥ୍ରଷ୍ଟକୁ ରିଲିଜ୍‌ କରାଯାଇଥିଲା। ହେଲେ ଏଭଳି କରାଯିବାବେଳେ ‘ଅଟୋମେଟିକ୍‌ ଷ୍ଟେସନ୍‌’ର ବୋର୍ଡରେ ଅସ୍ୱାଭାବିକ ଅବସ୍ଥା ସୃଷ୍ଟି ହୋଇଥିଲା। ଫଳରେ ନିର୍ଦ୍ଧାରିତ ସମୟରେ କକ୍ଷପଥ ପରିବର୍ତ୍ତନ କରାଯାଇ ପାରିଲାନାହିଁ।

କିନ୍ତୁ, ଏହି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲୁନା-୨୫ର ଚନ୍ଦ୍ରାବତରଣରେ ବିଳମ୍ବ ହେବ କି, ନାହିଁ, ସେ ବିଷୟରେ ରସକସମସ୍ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।    ତେବେ ଏଭଳି ଅଭିଯାନ ବିପଜ୍ଜନକ ବୋଲି ଜୁନ୍‌ ମାସରେ ରସକସମସ୍ ମୁଖ୍ୟ ୟୁରି ବୋରିସୋଭ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ କହିଥିଲେ। ଏହାର ସଫଳତାର ସମ୍ଭାବନା ପ୍ରାୟ ୭୦% ବୋଲି ବି ସେ ସୂଚନା ଦେଇଥିଲେ ।

Comments are closed.