Latest Odisha News

BREAKING NEWS

ଅନଲାଇନ ଫ୍ରଡର ଶିକାର ହେଲେ ମହିଳା: ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହେଲା ୫ ଲକ୍ଷ ଟଙ୍କା

ଦିଲ୍ଲୀ : ଦିନକୁ ଦିନ ଦ୍ରୁତ ଗତିରେ ବଢିଚାଲିଛି ଅନ୍‌ଲାଇନ୍‌ ଫ୍ରଡ ମାମଲା ।  ପ୍ରତ୍ୟେକ ଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ପୁଣି ସମାନ ଭାବେ ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ମହିଳା ଅନଲାଇନ ଫ୍ରଡର ଶିକାର ହୋଇଥିବା ଦେଖିବାକୁ ମିଳିଛି ।  ଗୋଟିଏ ଛୋଟ ଭୁଲ ପାଇଁ ମହିଳାଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିଛି  । ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଗାୟବ ହୋଇଯାଇଛି ।

ମହାରାଷ୍ଟ୍ରରେ ରହୁଥିବା ଜଣେ ୪୮ ବର୍ଷିୟ ମହିଳା ନିଜ ଘରେ କିଛି ପିଲାଙ୍କୁ ଟ୍ୟୁସନ୍‌ କରୁଥିଲେ । ଥରେ ଅଧିକ ଟଙ୍କା ଇନକମ୍‌ କରିବେ ଭାବି ଅନ୍‌ଲାଇନ୍‌ ଦୁନିଆର ସାହାଯ୍ୟ ନେଇଥିଲେ ।  ଏଥିପାଇଁ ସେ ଅନେକ ଓ୍ବେବସାଇଟ୍ ଚେକ୍‌ କରିଥିଲେ । ଏହା ପରେ ତାଙ୍କୁ ଏକ ଭଲ ଚାକିରି ପାଇଁ ଅଫର ମିଳିଥିଲା । ଯେଉଁଥିରେ ତାଙ୍କୁ ଭଲ ସାଲାରି ମିଳିବ ବୋଲି କୁହାଯାଇଥିଲା । ଅନ୍‌ଲାଇନ୍‌ ସର୍ଚ୍ଚ କରିବା ପରେ ତାଙ୍କୁ ଯେଉଁ ଚାକିରିର ଅଫର ମିଳିଥିଲା । ସେଥିରେ ତାଙ୍କୁ ଓ୍ଵାର୍କ ଫ୍ରମ୍‌ ହୋମ କରିବାକୁ କୁହାଯାଇଥିଲା । ଏହି କାମ ଅନ୍‌ଲାଇନ୍‌ ଥିବାରୁ ମହିଳାଙ୍କୁ ସହଜ ଲାଗିଥିଲା ।

ତେବେ ଏହି ଚାକିରୀ କରିବାକୁ ମହିଳାଙ୍କୁ କୁହାଯାଇଥିଲା ଯେ ଏହି ଅନ୍‌ଲାଇନ୍‌ କାମ ପାଇଁ ଆପଣଙ୍କୁ କିଛି ଲିଙ୍କ୍‌ ଦିଆଯିବ । ପ୍ରତ୍ୟେକ ଲିଙ୍କ୍‌ରେ ଆପଣ କ୍ଲିକ କରି ଇନକମ୍‌ କରିପାରିବେ । ଏଥିପାଇଁ ମହିଳାଙ୍କୁ ଏକ ଟେଲିଗ୍ରାମ୍‌ ଗ୍ରୁପରେ ଆଡ୍‌ ହେବାକୁ କୁହାଯାଇଥିଲା । ମହିଳାଙ୍କୁ ଭରସା ଦେବା ପାଇଁ ସାଇବର ଠକେଇ କରୁଥିବା ଠକମାନେ ତାଙ୍କୁ ପ୍ରଥମେ ୧୦୦୦ ଟଙ୍କା ଦେଇଥିଲେ । ପରେ ୧୪୦୦ ଟଙ୍କା ରିଟର୍ଣ୍ଣ ଦେଇଥିଲେ ।

ମହିଳାଙ୍କୁ ବିଶ୍ୱାସ ଆସିବା ପରେ ତାଙ୍କୁ ଅଧିକ ଟଙ୍କା ଇନକମ୍‌ କରିବା ପାଇଁ ସାଇବର ଠକ ମାନେ ଲୋଭ ଦେଖାଇଥିଲେ  ।  ଏହା ପରେ ମହିଳା ଜଣଙ୍କ ୫ ଲକ୍ଷ ଟଙ୍କା ଇନଭେଷ୍ଟ କରିବା ପାଇଁ ରାଜି ହୋଇଯାଇଥିଲେ । କିନ୍ତୁ ଇନଭେଷ୍ଟ କରିବା ପରେ ତାଙ୍କୁ କୌଣସି ପ୍ରକାର ଟଙ୍କା ରିଟର୍ଣ୍ଣ ଆସିନଥିଲା । ସେତେବେଳେ ଏ ନେଇ ସେ ପୋଲିସକୁ ସୂଚନା ଦେଇଥିଲେ  । ପୋଲିସ ଏକ  ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.